ପାରଳାଖେମୁଣ୍ଡିରେ ଦୁଇ ଦିନିଆ ସ୍ନେକ ହ୍ୟାଣ୍ଡେଲିଙ୍ଗ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନଫରାନ୍ସ ହଲରେ ଦୁଇ ଦିନିଆ ସ୍ନେକ ହ୍ୟାଣ୍ଡେଲିଙ୍ଗ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀ ଏସ୍.ଆନନ୍ଦଙ୍କ ତତ୍ୱବାଧାନରେ ଏହି ସ୍ନେକ ହ୍ୟାଣ୍ଡେଲିଙ୍ଗ୍ ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ବନାଞ୍ଚଳ ତରଫରୁ ଆସିଥିବା ପରିବେଶ ପ୍ରେମୀ ଓ ବନ କର୍ମଚାରୀମାନେ ସାପ ଧରିବା ଏବଂ ତାର ରକ୍ଷଣାବେକ୍ଷଣ କରିବାର ତାଲିମ ନେଇଥିଲେ । ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଦୁଇ ଜଣ ଟ୍ରେନର ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିରେ ବିଭିନ୍ନ ସାପ ଓ ସରୀସୃପମାନଙ୍କ ବିଷୟରେ ତଥ୍ୟ ଏବଂ କ୍ଷେତ୍ର ପ୍ରଦର୍ଶନ କରି ସାପ ନିୟତ୍ରଣର ବିଧିମାନ ଉଲ୍ଲେଖ କରାଯାଇଥିଲା । ଏହି ସଭାକୁ ସହକାରୀ ବନ୍ୟ ସଂରକ୍ଷଣ ଅଧିକାରୀ ଅରୁଣ କୁମାର ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ରେଞ୍ଜ ଅଧିକାରୀ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଟ୍ରେନିଙ୍ଗକୁ ସଫଳ ରୂପାୟନ କରିଥିଲେ ।
ରିପୋର୍ଟ :ଗଜପତିରୁ ବିବୋକାନନ୍ଦ ବେହେରା