ଓଡିଶା

ଚିତ୍ରୋତ୍ପଳା ନଦୀରେ ବୁଲୁଛି ବିରାଟ କୁମ୍ଭୀର…

ନିଶ୍ଚିନ୍ତକୋଇଲି : ଚିତ୍ରୋତ୍ପଳା ନଦୀରେ ଏବେ କୁମ୍ଭୀର । ନିକଟରେ କୁମ୍ଭୀର ଆକ୍ରମଣ ଖବର ଜଣାପଡିବା ପରେ ନଦୀକୂଳିଆ ଲୋକେ ଏବେ ବହୁ ସତର୍କତା ଅବଲମ୍ବନ କରୁଛନ୍ତି । ଏହାରି ଭିତରେ ଜନାର୍ଦ୍ଦନପୁର ପଞ୍ଚାୟତର ମାରଡ଼ା ଗ୍ରାମ ନିକଟରେ ଏକ ବଡ଼ କୁମ୍ଭୀର ଦେଖାଦେଇଥିବା କହିଛନ୍ତି କିଛି ପ୍ରତ୍ୟେକ୍ଷଦର୍ଶ ।

ସୂଚନା ଅନୁସାରେ, ମାରଡ଼ା ଅଶ୍ୱସ୍ତ ମୂଳ ତୁଠରେ ଥିବା ସ୍ପର ନିକଟରେ ଜନୈକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଇଥିଲେ । ତେବେ ହଠାତ୍ ପାଣିରେ କିଛି ହଲଚଲ ଦେଖି ସେ ଉପରକୁ ଆସି ନୀରିକ୍ଷଣ କରିଥିଲେ । ନଦୀ ଭିତରେ ଏକ ବିରାଟ କୁମ୍ଭୀରକୁ ଦେଖି ଭୟରେ ରଡି ଛାଡି ସେଠରାକୁ ଚାଲିଯାଇଥିଲେ । ଏ ନେଇ ସେ ଗ୍ରାମରେ ସମସ୍ତଙ୍କୁ ଅବଗତ ମଧ୍ୟ କରାଇବା ସହ ସମସ୍ତଙ୍କୁ ସତର୍କ ରହି ଚଳପ୍ରଚଳ କରିବା ଲାଗି ନିବେଦନ କରିଛନ୍ତି । ଅପରପକ୍ଷେ ନଦୀରେ କୁମ୍ଭୀର ବାହାରିବା କଥା ଶୁଣି ନଦୀ କୁଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା