ଓଡିଶା

ଚହଳ ପକାଇଛି ପଦୁଗୁଡା ଗାଁ ସମସ୍ୟା …

କୋରାପୁଟ : ସ୍ବାଧୀନତା ଦିବସରେ କୁନି କଳାକାର ସୋନାଲି ଦାସ ଆଣିଥିବା ଗାଁ ସମସ୍ୟାକୁ ଏବେ ଗୁରୁତର ସହ ନେଇଛନ୍ତି ଜିଲ୍ଲା ପ୍ରଶାସନ । କୁନି ସୋନାଲିର କେଇ ପଦ କଥାକୁ ଶୁଣି ସମସ୍ତେ ଖୁସି ହୋଇଥିଲେ । ହେଲେ ତା କଥାର ଗମ୍ଭୀରତାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା । ଏହାପରେ ରାଜନୀତିକ ବୟାନବାଜି ପରେ ସ୍ଥିତି ପରଖିଛନ୍ତି ଜନ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ । ସାମାଜିକ ଗଣମାଧ୍ୟମରେ ସୋନାଲି ଦାସଙ୍କ ଭିଡିଓ ଭାଇରାଲ ହେବା ପରେ ରାଜ୍ୟର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ ସାଧାରଣ ଜନତା । ଏ ନେଇ ଜିଲ୍ଲାପାଳ ସଙ୍ଗେ ସଙ୍ଗେ କୁନି କଳାକାରର ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ଦଶମନ୍ତପୁର ବ୍ଲକ ବିଡ଼ିଓ ଡମ୍ବରୁଧର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେବାରୁ ସେ ପଦୁଗୁଡ଼ା ଯାଇ ସ୍ଥିତି ପରଖିଛନ୍ତି । ଏପରିକି ସ୍ଥାନୀୟ ଯୁବ ବିଜେଡି ବିଧାୟକ ପ୍ରଭୁ ଜାନି ମଧ୍ୟ ଲୋକଙ୍କ ନିକଟକୁ ଯାଇ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ବିଧାୟକଙ୍କ କଥାକୁ ପଦୁଗୁଡ଼ା ଗ୍ରାମବାସୀ ବିଶ୍ଵାସ କରୁନଥିବା ଜଣାପଡିଛି ।

ପୂର୍ବରୁ ସରକାର ଏ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ଆଜି ଯାଏଁ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ଏପରିକି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ପଦୁଗୁଡ଼ା ଯାଇ ସ୍ଥିତି ପରଖିଛନ୍ତି କର୍ମୀ । ଏହି ସମୟରେ କଂଗ୍ରେସ କର୍ମୀ ସ୍ଥାନୀୟ ବିଧାୟକ, ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଦାୟୀ କରିବା ସହ ତାଙ୍କୁ ଭର୍ତ୍ସନା କରିଛନ୍ତି । ତେବେ କଂଗ୍ରେସ ପଦୁଗୁଡ଼ାର ସ୍ଥିତି ପରଖିବା ପରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପଦୁଗୁଡ଼ା ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାତକୁ ଦାବି କରିଛନ୍ତି । ଯଦି ସମୟସୀମା ଭିତରେ ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ବିଡ଼ିଓ କର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ଶଙ୍କର ସାହୁ, ପୂର୍ବତନ ବିଧାୟକ ନିମାଇଁ ସରକାର, ସାଂସଦ ପ୍ରତିନିଧି ରାଜେନ୍ଦ୍ର ହୁଇକା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନାରାୟଣ ବିଷୋୟୀ । ଏହି ଅବସରରେ ପଦୁଗୁଡ଼ା ଗ୍ରାମର ଛାତ୍ରଛାତ୍ରୀଙ୍କୁ କଂଗ୍ରେସ ଦଳ ତରଫରୁ ଖାତା ଓ କଲମ ବଣ୍ଟନ କରାଯାଇଥିଲା ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ଉପାନ୍ତ ବ୍ଲକ ଦଶମନ୍ତପୁର ବ୍ଲକର ଲୁଲ୍ଲା ପଞ୍ଚାୟତର ପଦୁଗୁଡ଼ା ଗ୍ରାମର କୁନି କଳାକାର ସୋନାଲି ଦାସ ଗତ ସ୍ବାଧୀନତା ଦିବସ ଅବସରରେ ଅଭିନୟ ମାଧ୍ୟମରେ ପଦୁଗୁଡା ଗ୍ରାମର ସମସ୍ୟା ବାବଦରେ କହିଥିଲେ । କୋରାପୁଟ ଜିଲ୍ଲା ସଦର ମହକୁମାରେ ଆୟୋଜିତ ଏହି ସଭାରେ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ କୁନି କଳାକାର ସୋନାଲିଙ୍କ ଅଭିନୟ ଜିଲ୍ଲାର ବାସ୍ତବ ଚିତ୍ରକୁ ପ୍ରକାଶ କରିବା ସହ ସମଗ୍ର ଓଡ଼ିଶାରେ ଚହଳ ପକାଇଥିଲା ।

ରିପୋର୍ଟ : କୋରାପୁଟ ଦଶମନ୍ତପୁରରୁ ସଞ୍ଜୟ କୁମାର ପାଣି

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା