ଓଡିଶା

ଆଇଡି କାର୍ଡ ନାମରେ ସରକାରୀ ସ୍କୁଲରେ ପଇସା ଆଦାୟ କରୁଛନ୍ତି ପ୍ରଧାନଶିକ୍ଷକ…

ଓଡାପଡା : ସରକାର ପିଲାଙ୍କ ଶିକ୍ଷା ପାଇଁ ସ୍ମାର୍ଟ କ୍ଲାସ ରୁମ୍ ସାଙ୍ଗକୁ, ମାଗଣା ବହି, ଖାତା, ପୋଷାକ ସହ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଛନ୍ତି । ଏଥିପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହେଉଛି । ତେବେ ସାମାନ୍ୟ ଆଇଡି କାର୍ଡ ପାଇଁ ସରକାରୀ ଖର୍ଚ୍ଚ କହି ପିଲାଙ୍କଠାରୁ ୩୫ ଟଙ୍କା ଆଦାୟ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଏହି ଗୁମର ଖୋଲିଥିବା ଦୁର୍ଗା ସାରଙ୍କ ନାମରେ ବିଦ୍ୟାଳୟ କର୍ତ୍ତୁପକ୍ଷ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ତାଙ୍କୁ ଧମକ ଦେଉଥିବା କଥା କହିଛନ୍ତି ଅଭିଭାବକ । ବର୍ତ୍ତମାନ ଦୁର୍ଗା ସାରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଏମିତି କଣ ଭୁଲ କଲେ ଯେ, ତାଙ୍କୁ ବଦଳି କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍ଥାନୀୟ ଜନତା । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ଗ୍ରାମପଂଚାୟତ ଅନ୍ତର୍ଗତ ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ।

ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ଗମ୍ଭୀରତାର ସହ ଗ୍ରହଣ କରି ସମସ୍ତଙ୍କୁ ଶିକ୍ଷା ପ୍ରଦାନ ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ବିଭିନ୍ନ ଯୋଜନାମାନ ମଧ୍ୟ ପ୍ରଣୟନ କରୁଛନ୍ତି । ଏପରିକି ପିଲାମାନେ କିଭଳି ସରକାରୀ ସ୍କୁଲ ମୁହାଁ ହେବେ ସେ ନେଇ ଉନ୍ନତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ତେବେ ଅଭିଭାବକ ତଥା ବିଦ୍ୟାଳୟ କମିଟିର ଅଜଣାତରେ ପିଲାଙ୍କଠାରୁ ଟଙ୍କା ଆଦାୟ ହେଉଛି । ସାମାନ୍ୟ ଆଇଡି କାର୍ଡ ତିଆରି ପାଇଁ ପିଲାଙ୍କଠାରୁ ନେଉଛନ୍ତି ୩୫ ଟଙ୍କା । ଯାହାର କୌଣସି ନିୟମ ନାହିଁ । ତେବେ ଏହି ଟଙ୍କା ଆଦାୟ ପାଇଁ ପ୍ରଧାନ ଶିକ୍ଷକଙ୍କୁ କିଏ ଅନୁମତି ଦେଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ଏ ବାବାଦରେ ଯେତେବେଳେ ଦୁର୍ଗା ସାର୍ ଗୁମର ଖୋଲିଲେ, ଏଥିପାଇଁ ତାଙ୍କୁ ଦଣ୍ଡିତ ହେବାକୁ ପଡିଛି ବୋଲି କହିଛନ୍ତି ଅଭିଭାବକ ।

ଦୁର୍ଗା ସାରଙ୍କ ପ୍ରତି ଥିବା ସ୍ନେହ ଏବଂ ଭଲ ପାଇବା ବୟାନ କରୁଛି ତାଙ୍କର ବ୍ୟକ୍ତିଗତ ସ୍ୱରୂପ । ତେଣୁ ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ସରକାରୀ ବିଧି ବ୍ୟବସ୍ଥା ଏକ ପ୍ରହସନ ପାଲଟିବା ସହ ଜନତାଙ୍କ ଆସ୍ଥା ହରାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଋିପୋର୍ଟ : ଓଡାପଡାରୁ ଗୋପବନ୍ଧୁ ବାରିକଙ୍କ ରିପୋର୍ଟ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା