ଅରୁଆ ଚାଉଳରେ ତିଆରି ଜଗନ୍ନାଥ ମହାପ୍ରଭୁଙ୍କ ରାକ୍ଷୀ ମନ ଜିଣୁଛି ।

ଜଟଣୀ : ସୂତା ଖିଅର ବନ୍ଧନର ପର୍ବ ଆସୁଛି । ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା I ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀର ଅନାବିଳ ପ୍ରେମର ଭାବନା ଦେଖିବାକୁ ମିଳିବ । ଏହାରି ଭିତରେ ରାକ୍ଷୀ ବଜାରରେ ଦେଖିବାକୁ ମିଳୁଛି ଖଚାଖଚ ଭିଡ । ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ରାକ୍ଷୀ କିଣିବାରେ ବ୍ୟସ୍ତ । ଯେହେତୁ ଜଟଣୀ ସହର ହେଉଛି ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀ ସେଇଥିପାଇଁ ରାକ୍ଷୀ ପୂର୍ଣ୍ଣିମାରେ ଜଟଣୀର ବିଭିନ୍ନ ହୋଲସେଲ୍ ଦୋକାନ ଏବେ ଚଳଚଞ୍ଚଳ ।
ଚଳିତ ବର୍ଷ ଭଲ ପାଗ ଥିବାରୁ ଜମୁଛି ରାକ୍ଷୀ ବଜାର । ଆଉ ଭଳି ଭଲି ରାକ୍ଷୀର ସମ୍ଭାର ସାଙ୍ଗକୁ ସୁଲଭ ଦରରେ ଜଟଣୀ ସହରରେ ରାକ୍ଷୀ ମିଳୁଥିବାରୁ ନୟାଗଡ଼, ପୁରୀ, ଭୁବନେଶ୍ବର, ବାଲେଶ୍ଵର ଆଦି ଦୂରଦୂରାନ୍ତରୁ ରାକ୍ଷୀ କିଣିବା ପାଇଁ ଖୁଚୁରା ବ୍ୟବସାୟୀଙ୍କ ଭିଡ ଜମୁଛି । ଚଳିତ ବର୍ଷର ଆକର୍ଷଣୀୟ ରାକ୍ଷୀ ହେଉଛି ଅରୁଆ ଚାଉଳରେ ତିଆରି ଜଗନ୍ନାଥ ମହାପ୍ରଭୁଙ୍କ ରାକ୍ଷୀ । ଏହା ସହିତ ଧାନରେ ତିଆରି ଜଗନ୍ନାଥଙ୍କ ରାକ୍ଷୀ ଏବଂ ମୋଟୁ ପତଲୁ ରାକ୍ଷୀର ବହୁ ଚାହିଦା ରହିଛି ବୋଲି କହିଛନ୍ତି ହୋଲସେଲ୍ ବ୍ୟବସାୟୀ ।
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ