ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲା ସନ୍ଦେହ

ନୂଆପଡ଼ା : ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲା ସନ୍ଦେହ । ସ୍ତ୍ରୀର ସନ୍ଦେହ ସ୍ବାମୀକୁ ସଜେଇଦେଲା ହତ୍ୟାକାରୀ । ପରକିଆ ପ୍ରୀତିକୁ କେନ୍ଦ୍ର କରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗାଁରେ । କାଣ୍ଡେତରା ଗାଁର ନରହରୀ ଭୋଇ ନାମକ ଯୁବକ ଶ୍ରମିକ ଭାବେ କାମ କରନ୍ତି । କାମ କରିବା ସମୟରେ ସେ ଜଣେ ବଲାଙ୍ଗିର ଜିଲ୍ଲାର ମହିଲା ଶ୍ରମିକଙ୍କୁ ପ୍ରେମ କରୁଥିବା ନେଇ ସନ୍ଦେହ କରିଥିଲା ସ୍ତ୍ରୀ ବୈଶାଖି ଭୋଇ । ଏ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ମଧ୍ୟ ହୋଇଥିଲା । ତେବେ ବାରମ୍ବାର ସନ୍ଦେହର ଶେଷ ନିଷ୍ପତ୍ତି ନେଇଥିଲା ସ୍ବାମୀ ନରହରୀ । ସ୍ତ୍ରୀ ବୈଶାଖି ଭୋଇଙ୍କ ତଣ୍ଟି ତାଙ୍କୁ ହତ୍ୟା କରିଥିଲେ ନରହରୀ । ଖବର ପାଇ ଘଟଣା ସ୍ଥଳରେ କୋମନା ପୋଲିସ ପହଞ୍ଚି ଶବକୁ ଜବତ କରି ଅଭିଯୁକ୍ତ ନରହରୀ ଭୋଇକୁ ଗିରଫ କରିବା ସହ ସାଇଣ୍ଟିଫିକ୍ ଟିମ୍ ଡକାଇ ହତ୍ୟା ଘଟଣାର ତଦନ୍ତ ଚଲାଇଛି ।
ରିପୋର୍ଟ : ନୂଆପଡ଼ାରୁ କୀର୍ତ୍ତି ଚନ୍ଦ୍ର ନାଗ