ରିଲିଜ ହେଲା ‘ଏ ଜାଡୁ ବୋଇ’ର ଅଫିସିଆଲ ପ୍ରୋମୋ

ଭୁବନେଶ୍ବର : ବଲିଉଡ ଓଲିଉଡ ପରେ ଏବେ ଲୋକଙ୍କ ହୃଦୟରେ ରାଜ୍ କରିବ ସୋରାଉଡ । ସୋରାଉଡ ନାଁ ଟିକେ ଶୁଣିବାକୁ ଅବଜ ଲାଗିଲେ ବି ଏଥିରେ ଭରି ରହିଛି ଜନଜାତିଙ୍କ ଭାବନା । ନୂଆ ସଉରା ସଙ୍ଗୀତ “ଏ ଜାଡୁ ବୋଇ”ର ଅଫିସିଆଲ ପ୍ରୋମୋ ରିଲିଜ ହୋଇଛି । ପ୍ରଥମ ଥର ପାଇଁ ଏଥିରେ ଭିଏଫ୍ଏକ୍ସର ଝଲକ ଦେଖିବାକୁ ମିଳିଛି । ଜିଶାୟ ରଇତ ଏବଂ ପରମା ଗମାଙ୍ଗଙ୍କ ପ୍ରଯୋଜନାରେ ନିର୍ମିତ ଏହି ସଙ୍ଗୀତରେ ଦୁହେଁ ସଂଳାପ ରଚନା କରିଛନ୍ତି । ଏହାକୁ ସଙ୍ଗୀତର ଧୁନରେ ସଜାଇଛନ୍ତି ଶୋଭନ କାର୍ଜି । ପ୍ରୋମୋରେ ପ୍ରଦର୍ଶିତି ଶୋଭନଙ୍କ ଉଚ୍ଚକୁଟୀର ଗ୍ରାଫିକ୍ସ ଏବଂ ଭିଏଫ୍ଏକ୍ସର ଛୁଙ୍କ ଦର୍ଶକଙ୍କୁ ମତୁଆଲା କରିଛି ।
ମହିମା ମ୍ୟୁଜିକ୍ ପ୍ରକ୍ସନ ହାଉସରେ ନିର୍ମିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଏସ୍.ଡି.କେ । କୁମାର ମଣ୍ଟୁ ଏଥିରେ ରେକଡିଷ୍ଟ ଭାବେ ଦାୟିତ୍ବ ସମ୍ପାଦନ କରିଛନ୍ତି । ରାଜେଶ ସଂଯୋଜନା ଦାୟିତ୍ବ ସମ୍ଭାଳିଥିବାବେଳେ ସିନେମାଟୋଗ୍ରାଫି ଏବଂ କ୍ୟାମେରା ଦାୟିତ୍ବ ସମ୍ଭାଳିଛନ୍ତି ଦୀପକ । ସଉରା ସମ୍ପ୍ରଦାୟର କଳା, ସଂସ୍କୃତି, ପରମ୍ପରା ସହିତ ସଉରା ଜନଜାତି ବ୍ୟବହାର କରୁଥିବା ପୋଷାକକୁ ନେଇ ପ୍ରସ୍ତୁତ ଏହି ଗୀତ ଜନଜାତିଙ୍କ ହୃଦୟ ଛୁଇଁବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।
ବ୍ୟୁରୋ ରିପୋର୍ଟ