ନୂଆପଡାରେ ମାଓବାଦୀଙ୍କ ବର୍ବର କାଣ୍ଡ…

ନୂଆପଡ଼ା : ନୂଆପଡାରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବର୍ବର କାଣ୍ଡ । ଜେସିବି ପୋଡିବା ସହ ଉଡ଼ାଇ ଦେଲେ ଫରେଷ୍ଟ କ୍ୱାଟର । ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା କେରମେଲି ପଞ୍ଚାୟତ ଗୋଳାବନ୍ଧ ଗାଁରେ ଏଭଳି ଘଟଣା ଘଟାଇ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଏହାସହ ଘଟଣା ସ୍ଥଳରେ ୮ଟି ପଲିଥିନରେ ଲାଲ୍ ରଙ୍ଗର ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ଜଳ, ଜମି, ଜଙ୍ଗଲ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ଵାନ ଦେଇଛନ୍ତି ମାଓବାଦୀ । ପୋଷ୍ଟର ତଳେ ମେନପୁର-ନୂଆପଡ଼ା ଡିଭିଜନ ବୋଲି ଉଲ୍ଲେଖ କରିଛନ୍ତି । ମାଓ ପୋଷ୍ଟର ପରେ ଏବେ ଗାଁ ତଥା ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୨ ଟା ସମୟରେ ୨୫ ରୁ ୩୦ ମାଓବାଦୀ ଆସି ନୂଆପଡ଼ା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଗୋଳାବନ୍ଧ ଗାଁରେ ବର୍ବର କାଣ୍ଡ ଘଟାଇଛନ୍ତି । ବିଏସ୍ଏନ୍ଏଲ୍ କମ୍ପାନୀରେ କାମ କରୁଥିବା ଜେସିବି ପୋଡିବା ସହ ଫରେଷ୍ଟ କ୍ବାଟରକୁ ବ୍ଲାଷ୍ଟିଙ୍ଗ କରି ଭାଙ୍ଗି ଦେଇଛନ୍ତି ।
ରିୁପୋର୍ଟ : ନୂଆପଡ଼ାରୁ କୀର୍ତ୍ତି ଚନ୍ଦ୍ର ନାଗ