ଜଗତସିଂହପୁରରେ କାର୍ଯ୍ୟ କରୁଛି ୧୨୦ ଟି ଗ୍ରାହକ ସେବା କେନ୍ଦ୍ର

ଜଗତସିଂହପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟର ସମସ୍ତ ପଂଚାୟତରେ ଗ୍ରାହକ ସେବା କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜଗତସିଂହପୁର ଜିଲ୍ଲାରେ ୧୨୦ଟି ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟ କରି ଆସୁଛି । ତେବେ ଆହୁରି ଅନେକ ପଂଚାୟତରେ ଏହି ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇ ନାହିଁ । ଏ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଜଗତସିଂହପୁର ଜିଲ୍ଲା କିଏସ୍କୋ ଅପରେଟର ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇଥିବାବେଳେ ଏଥିରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେଉଁ ପଂଚାୟତରେ ଏହି କିଏସ୍କୋ ସେଣ୍ଟର ଅଛି ପୁଣି ସେହି ପଂଚାୟତରେ ଅନ୍ୟ ଏକ କେନ୍ଦ୍ର ଖୋଲିବାକୁ ନେଇ ଆସୋସିଏସନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କିଏସ୍କୋ ଅପରେଟର ଆସୋସିଏସନର ସଭାପତି ରହିମ ଖାଁ ଓ ସମ୍ପାଦକ ଜ୍ୟୋତିରଞ୍ଜନ ସାହୁଙ୍କ ନେତୃତ୍ୱରେ ଶତାଧିକ କିଏସ୍କୋ କର୍ମଚାରୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିବା ସହିତ ଏହାର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ