ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଓଡ଼ିଶା ରାଜ୍ୟ ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ

ଗଜପତି : ଓଡ଼ିଶା ରାଜ୍ୟ ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲାରେ କାର୍ଯ୍ୟରତ ମୃତ୍ତିକା ସଂରକ୍ଷଣ ସେବା ସଂଘର ସଦସ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ସୁରେଶ କୁମାର ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସତ୍ୟେନ୍ଦ୍ର ରାଇକା, ଶରତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ବିଭାଗୀୟ ଅଧିକାରୀଙ୍କୁ ପଦୋନ୍ନତି ମିଳି ପାରୁନାହିଁ । ଏହାସହ କେଡର ପୁନଃବିନ୍ୟାସ ହୋଇପାରୁ ନଥିବାରୁ ଅଧିକାରୀଙ୍କର ମନୋବଳ ଭାଙ୍ଗି ଯାଉଛି । ରାଜ୍ୟ ସରକାର ତୁରନ୍ତ କେଡରର ପୁନଃବିନ୍ୟାସ କରିବାକୁ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଗଷ୍ଟ ୩୦ ତାରିଖ ସୁଦ୍ଧା କେଡରର ଯଦି ପୁନଃବିନ୍ୟାସ ନ ହୁଏ ତେବେ ୩୧ ଅଗଷ୍ଟରୁ ସରକାରୀ କାର୍ଯ୍ୟକ୍ରମକୁ ଅସହଯୋଗ କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି ।
ରିପୋର୍ଟ : ଗଜପତିରୁ ବିବୋକାନନ୍ଦ ବେହେରା