ନୀଳଗିରି ବିଜେପି ପକ୍ଷରୁ ବାର ଦଫା ଦାବି ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେପି ପକ୍ଷରୁ ବିଧାୟକଙ୍କ ନେତୃତ୍ଵରେ ବାର ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଅବସରରେ ନୀଳଗିରି ବିଜେପି କାର୍ଯ୍ୟାଳୟରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରି କୃଷକମାନଙ୍କର ସମସ୍ୟା ଯଥା କୃଷକମାନଙ୍କ ପାଇଁ ଆସୁଥିବା ସବସିଡ ବାଟମାରଣା, ଧାନ କିଣାରେ ଦୁର୍ନୀତି, ସାର ଦୁର୍ନୀତି, କୃଷି ଯନ୍ତ୍ରପାତି ଦୁର୍ନୀତି ଭଲି ବାର ଦଫା ଦାବି ନେଇ ବିଜେପି ଏହି ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାସହ କୃଷି ଯନ୍ତ୍ରପାତି କାରବାରରେ ବ୍ୟାପକ ଦୁର୍ନୀତି ଏବଂ ସାର ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେପି କର୍ମକର୍ତ୍ତାମାନେ ଏହି ଗଣ ବିକ୍ଷୋଭରେ ସାମିଲ ହୋଇ ଅପାରଗ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କ ସମସ୍ୟା ଦୂର ନକଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ନୀଳଗିରିରୁ ସଚିଦାନଁଦ ପାତ୍ର