ଅଭିନବ ଧାରା ଉପରେ ଆଲୋଚନା କରିବ ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍କ୍ଲେଭ୍ ‘ଇନୋଭେଟ୍ ଆର୍ଇ ଓଡିଶା’

ଭୁବନେଶ୍ୱର : ରିଅଲଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍ଏ) ପକ୍ଷରୁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ଅଭିନବ ଧାରା, ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସଗୁଡିକ ଉପରେ ଆଲୋଚନା ଓ ଅନ୍ୱେଷଣ କରିବା ପାଇଁ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଭବିଷ୍ୟତର ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍କ୍ଲେଭ୍ ‘ଇନୋଭେଟ୍ ଆର୍ଇ ଓଡିଶା’ର ଆୟୋଜନ କରାଯିବ । ଏଥିରେ ଅଂଶଗ୍ରହଣକାରୀଙ୍କୁ ନୂତନ ଧାରାଗୁଡିକୁ ଶିଖିବା ଏବଂ ଇଣ୍ଡଷ୍ଟ୍ରୀ ଲିଡରମାନଙ୍କ ସହ ନେଟ୍ୱର୍କ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଏହି ସମ୍ମିଳନୀର ଅଂଶ ଭାବେ ଏକ ପ୍ରଦର୍ଶନୀ ରିଅଲ୍ ଇଷ୍ଟେଟ୍ ନିବେଶ ଓ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ବଜାର ଭାବେ ଓଡିଶାର ଆବିର୍ଭାବକୁ ପ୍ରଦର୍ଶିତ କରିବ ।
ଏହି କାର୍ଯ୍ୟକ୍ରମ ଇଣ୍ଡଷ୍ଟ୍ରୀ ଲିଡର, ବିଶେଷଜ୍ଞ ଓ ହିତାଧିକାରୀଙ୍କୁ ଉଭୟ ବିଶ୍ୱ ଓ ଓଡିଶା ବଜାରରେ ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନୂତନ ଆକାର ଦେଉଥିବା ଉଦ୍ଭାବନଗୁଡିକର ଏକ ବିସ୍ତୃତ ଶୃଙ୍ଖଳାକୁ ଆବିଷ୍କାର କରିବା ପାଇଁ ଏକତ୍ରିତ କରିବ । ଆବାସିକ ସମ୍ପତିଗୁଡିକ ପାଇଁ ବୃହତ୍ ଅଭିବୃଦ୍ଧି ଓ ଚାହିଦା ସହିତ ଏହି ପ୍ରଦର୍ଶନୀ ବାଣିଜ୍ୟିକ ସ୍ଥାନ, ହସ୍ପିଟାଲିଟି, ଲଜିଷ୍ଟିକ୍ ପାର୍କ, ରିଟେଲ୍, ୱେୟାରହାଉସିଂ, ଆଇଟି ପାର୍କ, ଡାଟା ସେଂଟର ସମେତ ରିଅଲ୍ ଇଷ୍ଟେଟ୍ ଅଫରିଂଗୁଡିକର ବିସ୍ତାର ଉପରେ ଆଲୋକପାତ କରାଯାଇଛି ।
ଏହି ଅବସରରେ ଇନୋଭେଟ୍ ଆରଇ କନକ୍ଲେଭ ଅଧ୍ୟକ୍ଷ ତଥା ପୂର୍ବତନ ସଭାପତି ସ୍ୱରୂପ ରଞ୍ଜନ ମହାପାତ୍ର କହିଛନ୍ତି ଯେ, “ଏହି ଫୋରମର ମୂଳ ଉଦ୍ଦେଶ୍ୟ ହେଉଛି ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଉଦ୍ୟୋଗ ଅବସ୍ଥାକୁ ସୁରକ୍ଷିତ ରଖିବାର ଚାହିଦାକୁ ଦୃଢ଼ କରିବା ।” କାର୍ଯ୍ୟକ୍ରମରେ ଓଆରଏର ଅଧ୍ୟକ୍ଷ ଶେଖ୍ ମୈରଜୁଲ୍ ହକ୍, ଓଆରଏର ସାଧାରଣ ସଚିବ ସୌଭାଗ୍ୟ ନାୟକ, ଓଆରଏର ଇମିଡିଏଟ୍ ପାଷ୍ଟ୍ ପ୍ରେସିଡେଂଟ୍ ଓ ଇନୋଭେଟଆରଇ କନକ୍ଲେଭର କୋଚେୟାର- ସନ୍ତୋଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଏଥିରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁଗୁଡିକ ହେଲା- ‘ଦ ଫ୍ୟୁଚର ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଓଡିଶା’, ‘ଦ ଇମ୍ପାକ୍ଟ ଅଫ୍ ଟେକ୍ନୋଲୋଜି ଅନ୍ ଦ ରିଅଲ୍ ଇଷ୍ଟେଟ୍ ସେକ୍ଟର’, ‘ଦ ଇମ୍ପୋର୍ଟାନ୍ସ ଅଫ୍ ସଷ୍ଟେନେବିଲିଟି ଇନ୍ ରିଅଲ୍ ଇଷ୍ଟେଟ୍’, ‘ଦ ରୋଲ୍ ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଇକୋନୋମିକ୍ ଡେଭ୍ଲପ୍ମେଂଟ୍’ ଏବଂ ‘ ଦ ଚ୍ୟାଲେଞ୍ଜେସ୍ ଆଣ୍ଡ୍ ଅପର୍ଚ୍ୟୁନିଟିଜ୍ ଫର୍ ରିଅଲ୍ ଇଷ୍ଟେଟ୍ ଡେଭ୍ଲପର୍ସ ଇନ୍ ଓଡିଶା’ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ