ଓଡିଶା

ମହିଳାଙ୍କ ସୁସ୍ଥତା ଦିଗରେ କାମ କରୁଛି ଗ୍ୟାପ୍ ଏବଂ ଓଡିଶା ମମ୍ ଟ୍ରାଇବ୍

ଭୁବନେଶ୍ବର : ମହିଳାଙ୍କ ଶାରିରୀକ ସମସ୍ୟା ଓ ସମାଧାନ ସମ୍ବନ୍ଧିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହିଳାମାନେ ଯେଉଁଭଳି ଭାବରେ ଦୈନିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ଏ ନେଇ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସମ୍ପର୍କରେ ଆଲୋଚନା ହୋଇଛି । ମହିଳାଙ୍କ କିଛି ସମସ୍ୟା ଓ ତାର ସାମାଧାନର ରାସ୍ତାକୁ ସରଳ କରିବା ନିମନ୍ତେ ଗ୍ୟାପ୍ ଓ ଓଡିଶା ମମ୍ ଟ୍ରାଇବର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁଶ୍ରୁତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ ଯୋଗ ଦେଇଥିଲେ । ଦୁଇଟି ସଂଗଠନ ଗ୍ୟାପ୍ ଏବଂ ଓଡିଶା ମମ୍ ଟ୍ରାଇବ୍ ଏକତ୍ରିତ ହୋଇ ମହିଳାଙ୍କ ସୁସ୍ଥତା ଦିଗରେ ଏକ ପଦକ୍ଷେପ ନେଇଛନ୍ତି । ଗ୍ୟାପ୍ ହେଉଛି ଚାରିଜଣ  ଉତ୍ସର୍ଗୀକୃତ ମହିଳା ଗୁଞ୍ଜନ, ଆୟୁଶି, ପ୍ରୀତି ଏବଂ ସୁଷମାଙ୍କୁ ନେଇ ଏକ ଅନନ୍ୟ ଏବଂ ଅସାଧାରଣ ଅନୁଷ୍ଠାନ, ଯାହା ମହିଳାଙ୍କ ସାମଗ୍ରିକ ବିକାଶ ଦିଗରେ କାମ କରେ । ଓଡିଶା ମମ୍ ଟ୍ରାଇବ୍ -୨୦୨୦ରେ ପ୍ରତିଷ୍ଠିତ ହୋଇଥିଲା ଯାହାର ମୂଳ ଉଦ୍ଦେଶ୍ୟ ହେଉଛି କାର୍ଯ୍ୟରତ ମହିଳା ହୁଅନ୍ତୁ ବା ଗୃହିଣୀ,  ବ୍ରାଣ୍ଡ ଏବଂ ମହିଳାଙ୍କୁ ଏକାଠି କରିବା ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାବେ ଏକ୍ସପର୍ଟଙ୍କ ଦ୍ବାରା ମହିଳାଙ୍କ ବିଭିନ୍ନ ଶାରିରୀକ ସମସ୍ୟା ଯେପରିକି ହରମୋନ କ୍ଷେତ୍ରରେ ଅସନ୍ତୋଳନ, ବ୍ୟାୟାମ ନିତ୍ୟକର୍ମ, ମନଯୋଗୀ ଅଭ୍ୟାସ, ମାନସିକ ଚାପ ପରି ସମସ୍ୟା ଓ ତାର ସରଳ ସମାଧାନକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଚାରିଟେବୁଲ୍ ଇଭେଣ୍ଟ ମାଧ୍ୟମରେ ଆଦାୟ ହେବାକୁ ଥିବା ଅର୍ଥରାଶି ଜନଜାତି ମହିଳାଙ୍କ ଶାରିରୀକ ଉନ୍ନତିକରଣ, ତମାଖୁ ବର୍ଜନ ନିମିତ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଜନଜାତି ବସବାସ କରୁଥିବା ଅଞ୍ଚଳରେ ନିଶୁଳ୍କ କର୍କଟ ସ୍କ୍ରିନିଂ ଶିବିର ଓ ବିଶୁଦ୍ଧ ଜଳ ବ୍ୟବସ୍ଥା ନିମନ୍ତେ ଖର୍ଚ୍ଚ କରାଯିବ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା