ନୂତନ ଶିକ୍ଷା କାର୍ଯ୍ୟକ୍ରମ ସମ୍ଭବ ଓ ଅନ୍ୱେଷଣ ଲୋକାର୍ପିତ

ଜଗତସିଂହପୁର : ଜଗତସିଂହପୁର ପୌରାଞ୍ଚଳର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍କଣ୍ଡପୁରରେ ଜିଲ୍ଲାରେ ନୂତନ ଶିକ୍ଷା କାର୍ଯ୍ୟକ୍ରମ ସମ୍ଭବ ଓ ଅନ୍ୱେଷଣ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟୱାରୀ, ଶିକ୍ଷା ଅଧିକାରୀ ନିରଂଜନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷକତା ଧାରାକୁ ଗୁଣାତ୍ମକ ଓ ଦୀର୍ଘ ସ୍ଥାୟୀ କରିବା ସହ ପ୍ରାଥମିକ ସ୍ତରରୁ କୁନିକୁନି ପିଲାମାନଙ୍କର ଲିଖନ, ପଠନ ଓ ବର୍ଣ୍ଣନା କରିବାର ଗୁଣକୁ ଏଥିରେ ବୃଦ୍ଧି କରାଯାଇ ପାରିବ ବୋଲି ଅତିଥି ମାନେ କହିଛନ୍ତି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ