ଓଡିଶା

ଗଜପତି ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

ଗଜପତି : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ  ହୋଇଛି । ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକକୁ କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗ ପରିଚାଳିତ କରିଥିଲେ । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଗୋଷାଣି, କାଶୀନଗର ଓ ଗୁମ୍ମାରେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋଷାଣୀ ବ୍ଲକରେ ସଂଜୟ କୁମାର ଅଧିକାରୀ, ଗୁମ୍ମା ବ୍ଲକରେ ଲଳିତ ମୋହନ ଦଣ୍ଡସେନା ଓ କାଶୀନଗର ବ୍ଲକରେ ରାମ ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱରେ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏହି ଘେରାଉ କରାଯାଇଥିଲା ।

ବିକ୍ଷୋଭ ପ୍ରଦର୍ଶନ ବେଳେ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ଅଭିଯୋଗ ଅନୁଯାୟୀ ବ୍ଲକରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ  ବୃଦ୍ଧି, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ଆଦିର ବିରୋଧ କରି ବ୍ଲକ ଘେରାଉ କରାଯାଇଥିଲା । ଏଥିରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ଦଫା ସମ୍ବଳିତ ଦାବିପତ୍ର ସମ୍ପୃକ୍ତ ବିଡିଓ ତଥା ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନ ଏବଂ କାଶୀନଗର ବିଡିଓ କପିଳେଶ୍ବର ତାଣ୍ଡିଙ୍କ ଜରିଆରେ ପ୍ରଦାନ କରାଯାଇଛି । ଗୋଷାଣି ବ୍ଲକରେ ଜିଲ୍ଲା କଂଗ୍ରେସ ନେତା ସଞ୍ଜୟ କୁମାର ଅଧିକାରୀ, ଅଭିମନ୍ୟୁ ପଣ୍ଡା, ବସନ୍ତ ପଣ୍ଡା ଓ ଜିଲ୍ଲା ଯୁବକଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ଅଶୋକ କୁମାର ଅଧିକାରୀଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ସେହିପରି କାଶୀନଗର ବ୍ଲକରେ ରାମ ପ୍ରସାଦ ପଟ୍ଟନାୟକ, ସୁକାନ୍ତି ଶବର, ତାୱାରା ନାଇଡୁ, ବୋଡାଲା ରାବଣା, ମୋଜେସ ଇତ, ସାମୁଏଲ୍ ଗମାଙ୍ଗ, ଯୁବ ନେତା ଜିକ୍ରିୟ ନାଇକା, ଆୟୁବ ଭୂୟାଁ, ପାର୍ଥସାରଥି, ଏସ୍.ପାତ୍ର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ କର୍ମୀମାନେ ଗୋଷାଣି ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା