ଆଲବମ୍ ଜଗତରେ ଧୁମ୍ ମଚାଇବ “ଏ ଜାଡୁ ବୋଇ”

ଭୁବନେଶ୍ବର : ଆସୁଛି ଆଉ ଏକ ନୂଆ ସଉରା ସଙ୍ଗୀତ “ଏ ଜାଡୁ ବୋଇ” । ତେବେ ଦର୍ଶକ ପ୍ରଥମ ଥର ପାଇଁ ଏକ ସଉରା ସଙ୍ଗୀତରେ ଭିଏଫ୍ଏକ୍ସର ଝଲକ ଦେଖିବେ । ଜିଶାୟା ରଇତ ଏବଂ ପରମ ଗମାଙ୍ଗଙ୍କ ପ୍ରଯୋଜନାରେ ଏହି ସଙ୍ଗୀତ ଦର୍ଶକଙ୍କ ମନ ମୋହିବ । ଦୁହିଁଙ୍କ ମନଛୁଆଁ ସଂଳାପକୁ ସଙ୍ଗୀତର ଧୁନରେ ସଜାଇଛନ୍ତି ଶୋଭନ କାର୍ଜି । ଏହା ସହ ଶୋଭନଙ୍କ ଉଚ୍ଚକୁଟୀର ଗ୍ରାଫିକ୍ସ ଏବଂ ଭିଏଫ୍ଏକ୍ସର ଛୁଙ୍କ ଗୀତକୁ ଆହୁରି ଚିତାକର୍ଷକ କରିଛି । ଏଥିରେ ମଲ୍ଟି ଟ୍ୟାଲେଣ୍ଟଡେ ଶୋଭନ ନିର୍ଦ୍ଦେଶକ ଦାୟିତ୍ବ ମଧ୍ୟ ସମ୍ଭାଳିଛନ୍ତି ।

ମହିମା ମ୍ୟୁଜିକ୍ ପ୍ରକ୍ସନ ହାଉସରେ ନିର୍ମିତ ଏହି ଗୀତରେ କଣ୍ଠଦାନ କରିବେ ଏସ୍.ଡି.କେ । କୁମାର ମଣ୍ଟୁଙ୍କ ରିଦିମ୍ ଏବଂ ରାଜେଶଙ୍କ ସଂଯୋଜନା ଦର୍ଶକଙ୍କୁ ମତୁଆଲା କରିବ । ଏଥିରେ ସିନେମାଟୋଗ୍ରାଫି ଏବଂ କ୍ୟାମେରା ଦାୟିତ୍ବ ସମ୍ଭାଳିଛନ୍ତି ଦୀପକ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଦର୍ଶକ ଏଥିରେ ସଉରା ସମ୍ପ୍ରଦାୟର କଳା, ସଂସ୍କୃତି, ପରମ୍ପରା ସହିତ ସଉରା ଜନଜାତି ବ୍ୟବହାର କରୁଥିବା ପୋଷାକର ଝଲକ ପାଇବେ ।
ବିଶେଷ ସୂଚନା, ଏହି ଗୀତର ଆଲବମ୍ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ହିରୋ ଏବଂ ହିରୋଇନ୍ ଚୟନ ହୋଇ ନାହାନ୍ତି । ତେବେ ଖୁବଶୀଘ୍ର ଚୟନ ହେବା ପରେ ଆଲବମ୍ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ