ଓଡିଶା

ଶ୍ରମିକ କଂଗ୍ରେସର ତିନୋଟି ଶାଖା କର୍ମକର୍ତ୍ତା ନିର୍ବାଚିତ…

ଜଟଣୀ : ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ବିଜେବି ଇନଷ୍ଟିଚ୍ୟୁଟରେ ଶ୍ରମିକ କଂଗ୍ରେସର ତିନୋଟି ଶାଖାର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରତ୍ୟେକ ବ୍ରାଞ୍ଚର ସମ୍ପାଦକମାନେ ନିଜ ଦୁଇ ବର୍ଷର କାର୍ଯ୍ୟକାଳ ଉପଲବ୍ଧି ସମ୍ପର୍କରେ ଲିଖିତ ସଂପାଦକୀୟ ପାଠ କରିଥିଲେ । ଏଥିରେ କୋଷାଧ୍ୟକ୍ଷମାନେ ଆୟ ବ୍ୟୟ ହିସାବ ଦେବାପରେ ତାହା ଗୃହରେ ପାରିତ ହୋଇଥିଲା । କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ପରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ପୁରାତନ ଶାଖା ପରିଷଦକୁ ଭଙ୍ଗ ଘୋଷଣା କରି ନିର୍ବାଚନ କମିଶନର ଭାବେ କେନ୍ଦ୍ରୀୟ ପଦାଧିକାରୀ ଏମ୍.ଜି.କେ ରାଓଙ୍କୁ ନୂତନ ପରିଷଦ ନିର୍ବାଚନ ନିମନ୍ତେ ନିଯୁକ୍ତି ଦେଇଥିଲେ । ପୂର୍ବରୁ ନୋମିନେଶନ କରିଥିବା ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା । ଓପନ ଲାଇନ ଶାଖା ସମ୍ପାଦକ ଭାବେ ଏଲ୍.ଡି ମହାନ୍ତି ପୁନଃ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବାବେଳେ ସଭାପତି ଭାବେ ସତ୍ୟରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ମହମ୍ମଦ ମୁସ୍ତାକ ଅଲ୍ଲୀ, ଉପସଭାପତି ଭାବେ ଜି.ଆର୍ ମୋହନ ରାଓ, ଅଶ୍ୱିନ ସାହୁ, ସହ ସଂପାଦକ ଭାବେ ପି. ରାଜା ରାଓ, ରାକେଶ ଘଡେଇ, ତ୍ରିଲୋଚନ ବେହେରା, କେ ତାରକେଶ୍ୱର ରାଓ, ସାଂଗଠାନିକ ସମ୍ପାଦକ ଭାବେ ପ୍ରଦୀପ ସୁନ୍ଦରାୟ, ସୁନିଲ ପରିଡ଼ା ପ୍ରମୁଖ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିପରି କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ରନିଂ ବ୍ରାଞ୍ଚର ସମ୍ପାଦକ ଭାବେ ପ୍ରଫୁଲ୍ଲ ବେହେରା, ସଭାପତି ସେକ୍ ଅବଦୁଲ କଇମ୍, କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାହାକ, କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଉପସଭାପତି ଭାବେ ଜିବିକେ ହରିଚନ୍ଦନ, ମହେଶ କୁମାର ସ୍ବାଇଁ, ସହ ସମ୍ପାଦକ ଦୀପକ କୁମାର, ତପନ କୁମାର ବେହେର, ନାରାୟଣ ଜେନା, ସାଂଗଠନିକ ସମ୍ପାଦକ ଭାବେ ଜୟନ୍ତ କୁମାର ସାମଲ, ସୁଧାକର ଜେନା ନିର୍ବାଚିତ ହୋଇଛନ୍ତି । ଅପରପକ୍ଷେ ହେଡ଼କ୍ୱାର୍ଟର ଶାଖାର ସମ୍ପାଦକ ଭାବରେ ଦୁଃଶାସନ ସାହୁ, ସଭାପତି ଭାବେ ଗୋପାଳ ଦାସ, କାର୍ଯ୍ୟକାରୀ ସଭାପତି ଭାବେ ରୁନି ବେହେରା, ଉପସଭାପତି ବି.ଭି ଆପାରାଓ, କେସି ବେହେରା, ସହ ସଂପାଦକ ଭାବେ ୟୁ ଶଙ୍କର ରାଓ, ରମେଶ ପଳେଇ, ଏସ୍. ସାଇ କ୍ରିଷ୍ଣା, ଗଜେନ୍ଦ୍ର ନାୟକ, ସାଂଗଠନିକ ସମ୍ପାଦକ ଭାବେ ସୁବାସ ଦାସ, ସମ୍ପାଦିକା ଭାବେ ଅର୍ପିତା ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ରବିନ୍ ପରିମାଣିକ ନିର୍ବାଚିତ ହୋଇଛନ୍ତି ।

ଏହାସହ ଯୁବ ବାହିନୀର ସଂଯୋଜକ ଭାବେ ପି.ଏସ୍.କେ ରେଡ୍ଡୀ, ସହ ସଂଯୋଜକ ଭାବେ ଅଶୋକ ଭୋଳ, ସଭାପତି ଭାବେ ଆୟୁଷ ହର୍ସ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ଖଟେଇ ନିର୍ବାଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସହ ସଂଯୋଜକ ସୁନୀଲ କୁମାର ଭଞ୍ଜ, କେନ୍ଦ୍ରୀୟ ପଦାଧିକାରୀ ପ୍ରମୋଦ କୁମାର ସାହାଣୀ, ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି, ଶରତ କୁମାର ପଣ୍ଡା ଆଶୁତୋଷ ମହାନ୍ତି, ଆଶୁତୋଷ ବ୍ରହ୍ମା, ଭୀ.ଏସ୍ ପ୍ରସାଦ, ଏ ଶ୍ରୀନିବାସ, ଅମିତ୍ କୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା