ଓଡିଶା

ନୀଳଗିରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ନୀଳଗିରି : ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର ୩୧୪ଟି ବ୍ଲକରେ ବିକ୍ଷୋଭ କରୁଛି କଂଗ୍ରେସ । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରଯାଇଛି । ନୀଳଗିରି କଂଗ୍ରେସ କର୍ମୀମାନେ ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ବ୍ଲକରେ ହେଉଥିବା ପିସି କାରବାର ବନ୍ଦ କରିବା, ପ୍ରୀୟାପିରତୀ ବନ୍ଦ କରିବା, ଆବାସ ଯୋଜନାରେ ପାତର ଅନ୍ତର, ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦ ଭଳି ନଅ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନୀଳଗିରି ବ୍ଳକ  ସଭାପତି ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ଆୟୋଜିତ ବିକ୍ଷୋଭରେ ରାଜ୍ୟ ସାଧାରଣ ସମ୍ପାଦିକା ମନୋଜାମଞ୍ଜରି ଦେବୀ, କିଷାନ କଂଗ୍ରେସ ସମ୍ପାଦକ ଯଶୋଦା ନନ୍ଦନ ସିଂହ, ନଗର ସଭାପତି ଉପେନ୍ଦ୍ର ନାଥ ବେହେରାଙ୍କ ସମେତେ ବହୁ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

କଂଗ୍ରେସ କର୍ମୀ ବ୍ଲକ କାର୍ଯ୍ୟାଳୟକୁ ଯିବା ସମୟରେ ବ୍ଲକରେ ବିଡିଓ ନଥିବା ବେଳେ ବିଡିଓ ଦାୟିତ୍ଵରେ କେହି ନଥିବାରୁ ବିଳମ୍ବରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଏହି ସମୟରେ ବ୍ଲକରେ ଉତ୍ତେଜନା ଦେଖା ଦେବା ସହିତ କର୍ମୀମାନେ ଧାରଣାରେ ବସିଥିଲେ ।

ରିପୋର୍ଟ : ନୀଳଗିରିରୁ ସଚିଦାନଁଦ ପାତ୍ର        

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା