ଉନ୍ମୋଚିତ ହେଲା ମର୍ସିଡିଜ୍-ବେଞ୍ଜର ବହୁପ୍ରତିକ୍ଷିତ ମିଡ୍-ସାଇଜ୍ ଲକଜରୀ ଏସ୍ୟୁଭି ନୂଆ ଜିଏଲ୍ସି

ଭୁବନେଶ୍ୱର : ଉନ୍ମୋଚିତ ହେଲା ମର୍ସିଡିଜ୍-ବେଞ୍ଜର ବହୁପ୍ରତିକ୍ଷିତ ମିଡ୍-ସାଇଜ୍ ଲକଜରୀ ଏସ୍ୟୁଭି, ନୂଆ ଜି.ଏଲ୍ସିର ୨ୟ ପିଢି । ନୂଆ ଜିଏଲ୍ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକଜରୀ ଏସ୍ୟୁଭି । ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି । ଏହି ଏସ୍ୟୁଭିକୁ ଭୁବନେଶ୍ବରରେ ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସନ୍ତୋଷ ଆୟର୍ ଏବଂ ଟିଆଣ୍ଡଟି ମୋଟର୍ସର ଅଧ୍ୟକ୍ଷ ବିଦୁର ତଲୱାର ଉନ୍ମୋଚିତ କରିଛନ୍ତି ।

ଏହି ଲକ୍ଜରୀ ଏସ୍ୟୁଭିକୁ ୨ଟି ପାୱାରଟ୍ରେନ୍ ଯଥା ଜିଏଲ୍ସି ୩୦୦ ୪ମ୍ୟାଟିକ୍ (ପେଟ୍ରୋଲ) ଓ ଡିଜେଲ୍ ଜିଏଲ୍ସି ୨୨୦ଡି ୪ମ୍ୟାଟିକ୍ (ଡିଜେଲ୍) ସହିତ ପ୍ରଦାନ କରାଯିବ । ଜିଏଲ୍ସି ୩୦୦ର ମୂଲ୍ୟ ୭୩.୫ ଲକ୍ଷ ଟଙ୍କା ଏବଂ ଜିଏଲ୍ସି ୨୨୦ଡିର ମୂଲ୍ୟ ୭୪.୫ ଲକ୍ଷ ଟଙ୍କା (ସର୍ବଭାରତୀୟ ସ୍ତରରେ ଏକ୍ସ-ଶୋରୁମ୍ ମୂଲ୍ୟ) ରହିଛି । ବୁକିଂ ଆରମ୍ଭ ହେବା ପରଠାରୁ ନୂଆ ଜିଏଲ୍ସି ପାଇଁ ଦେଶବ୍ୟାପୀ ୧୫୦୦ରୁ ଅଧିକ ବୁକିଙ୍ଗ୍ କରାଯାଇଛି । ନୂଆ ଜିଏଲ୍ସି ଏକ ସେକେଣ୍ଡ-ଜେନେରେସନ ଇଂଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟର (ଆଇଏସ୍ଜି) ଓ ୪୮-ଭୋଲ୍ଟ ମାଇଲ୍ଡ ହାଇବ୍ରିଡ୍ ସିଷ୍ଟମ ସହିତ ଏକ ଶକ୍ତିଶାଳୀ ଟର୍ବୋଚାର୍ଜଡ୍ ୪-ସିଲିଣ୍ଡର ଇଞ୍ଜିନ୍ ସହ ଆସୁଛି । ନୂଆ ଜିଏଲ୍ସି ହେଉଛି ପ୍ରଥମ ମର୍ସିଡିଜ୍-ବେଞ୍ଜ ଯେଉଁଥିରେ ନୂତନ ପିଢିର ଏମ୍ବିୟୁଏକ୍ସ (ମର୍ସିଡିଜ୍-ବେଞ୍ଜ୍ ୟୁଜର ଏକ୍ସପେରିଏନ୍ସ) ଇନ୍ଫୋଟେନ୍ମେଂଟ୍ ସିଷ୍ଟମ ରହିଛି ।
ଏହାର ଏକ ଅତୁଳନୀୟ ଫିଚର ହେଉଛି ‘ଟ୍ରାନ୍ସପରେଣ୍ଟ ବନେଟ୍’ ସହ ଏକ ଅଫ୍ରୋଡ୍ କକ୍ପିଟ୍ । ୩୬୦ ଡିଗ୍ରୀ କ୍ୟାମେରା କାର୍ ତଳେ କ’ଣ ଘଟୁଛି ତାହାର ସିଧାସଳଖ ଭାବେ ଏକ ଭର୍ଚୁଆଲ ଭ୍ୟୁ ପ୍ରଦାନ କରିଥାଏ । ଚାଳକଙ୍କୁ ୮କିମି/ଘଂଟା ପର୍ଯ୍ୟନ୍ତ ବେଗରେ ବନେଟ୍କୁ ଦେଖିବା ପାଇଁ ଅନୁମତି ଦେଇଥାଏ । ଏହି କାରରେ ୭ଟି ଏୟାରବ୍ୟାଗ୍, ପ୍ରି-ସେଫ୍, ବ୍ଲାଇଣ୍ଡ ସ୍ପଟ୍-ଆସିଷ୍ଟ, ଆକ୍ଟିଭ୍ ଲେନ୍ କିପିଙ୍ଗ୍ ଆସିଷ୍ଟ, ଆଟେନ୍ସନ ଆସିଷ୍ଟ, ଆକ୍ଟିଭ୍ ବ୍ରେକ୍ ଆସିଷ୍ଟ ଏବଂ ଆକ୍ଟିଭ୍ ପାର୍କିଂ ଆସିଷ୍ଟ ଭଳି ଫିଚର ରହିଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ