ଓଡିଶା

କବିସୂର୍ଯ୍ୟନଗରରେ କମ୍ପୁଛି ହରଙ୍କ ରଣହୁଙ୍କାର…

କୋଦଳା : କବିସୂର୍ଯ୍ୟନଗରରେ ଗର୍ଜିଲା ଯୁବଶକ୍ତି । ରାସ୍ତାରେ ଗଡିଲା ଗାଡି ଆଉ ଲୋକଙ୍କ ମନରେ ବିଧାୟକ ପ୍ରାର୍ଥୀ ହର ସାହୁଙ୍କ ବାଣୀ ।  ଯୁବ ସଂଗଠନର ଆବାହକ ତଥା ସମାଜସେବୀକା ରଞ୍ଜିତା ସାହୁଙ୍କ ତତ୍ୱାବଧାନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡିର ବରିଷ୍ଠ ନେତା ହର ପ୍ରସାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ତଥା କୋଦଳା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଯୋଗ ଦେଇଥିଲେ । ଏହି ଅବସରରେ କୋଦଳା ସ୍ଥିତ ନିଜ ଵାସ ଭବନରୁ ହଜାରେରୁ ଉର୍ଦ୍ଧ୍ବ ବାଇକ ଶୋଭାଯାତ୍ରାରେ ବାହାରି ଶ୍ରୀ ସାହୁ କବିସୂର୍ଯ୍ୟନଗରରେ ପହଂଚିଥିଲେ । ସେଠାରେ କବିସୂର୍ଯ୍ୟନଗର ଯୁବ ସଂଗଠନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ଶ୍ରୀ ସାହୁ କହିଥିଲେ ଯେ, ଯେଉଁ କବିସୂର୍ଯ୍ୟନଗର ମାଟି ସମସ୍ତଙ୍କୁ ପରିଚୟ ଦେଇଛି ସେଇ ମାଟି ମା ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ । କବିସୂର୍ଯ୍ୟନଗର ଯୁବ ସଂଗଠନର ଏକତାକୁ ଏବଂ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ କବିସୂର୍ଯ୍ୟନଗର ଜନସାଧାରଣଙ୍କ ହିତ ନିମନ୍ତେ କାର୍ଯ୍ୟ କରିବା ପାଇଂ ଆହ୍ବାନ ଦେଇଥିଲେ ହର ସାହୁ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ନେଇ ବର୍ତ୍ତମାନ କବିସୂର୍ଯ୍ୟନଗର ରାଜନୀତି ସରଗରମ ହେଉଥିବା ବେଳେ ଏହି ବାଇକ ଶୋଭାଯାତ୍ରା ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା