ଆକ୍ସନ ମୁଡରେ ପ୍ରତାପ ନନା । ଅମାନିଆଙ୍କୁ ତାଗିଦ୍ କଲେ ଆଉ ଉଠବସ କରାଇ ଶାସ୍ତି ବି ଦେଲେ ।

ବାଲେଶ୍ଵର : ଭୁଲ୍ ହେଉଥିବା ଖବର ଶୁଣିବା ପରେ, ତୁରନ୍ତ ଘଟଣା ସ୍ଥଳକୁ ଯାଇ ତାଗିଦ୍ କରିଛନ୍ତି ନନା । ଖାଲି ତାଗିତ୍ କରି ନାହାନ୍ତି, ବାପା ଭଳି ଶାସ୍ତି ମଧ୍ୟ ଦେଇଛନ୍ତି । ନନାଙ୍କ ଏଭଳି କାର୍ଯ୍ୟ ପରେ ତାଙ୍କୁ ଅନେକ ପ୍ରଶଂସା କରିଛିନ୍ତି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୀଳଗିରିରେ ନୂଆ ଷ୍ଟେସନ ନିର୍ମାଣ ହେଉଥିବା ବେଳେ ସେହି ସ୍ଥାନ ଏବେ ଚୋରା ବେପାରୀଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ଏଭଳି ଖବର ବାଲେଶ୍ଵର ସାଂସଦଙ୍କ କାନରେ ପଡିଥିଲା ।
ଆଉ ଖବର ପାଇ ହଠାତ୍ ସେଠାରେ ପହଞ୍ଚିଯାଇଥିଲେ ସାଂସଦ ପ୍ରତାପ ଷଡଙ୍ଗୀ । ନନାଙ୍କୁ ଦେଖି ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ମଦ ବେପାରୀ ଓ ପିଉଥିବା ଗ୍ରାହକ । ହେଲେ କିଛି ଲୋକ ନନାଙ୍କ ହାବୁଡରେ ପଡିଯାଇଥିଲେ । ପ୍ରତାପ ନନା ସେମାନଙ୍କୁ ତାଗିଦ୍ କରିବା ସହ କାନ ଧରି ଉଠବସ ମଧ୍ୟ କରାଇଥିଲେ । ସୂଚନା ଅନୁସାରେ, ସ୍ଥାନୀୟ କିଛି ମହିଳା ପ୍ରତାପଙ୍କ ଘରକୁ ଆସି ମଦୁଆଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ପ୍ରତାପ ନନା ଖବର ଜାଣିବା ପରେ ତୁରନ୍ତ ଆକ୍ସନ ମୁଡକୁ ଆସିଥିଲେ ।
ରିପୋର୍ଟ : ବାଲେଶ୍ୱର ଭରତ କୁମାର ଦାସ