ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଭୋଗରାଇ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଇଯାଇଛି । ଏଥିରେ ଭୋଗରାଇର ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଶହ ଶହ ସଂଖ୍ୟାରେ ସାମିଲ ହୋଇଥିଲେ । ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଆୟୋଜିତ ତ୍ରିରଙ୍ଗା ରାଲି ଭୋଗରାଇ ବ୍ଲକରୁ ଆରମ୍ଭ ହୋଇ ଥାନାଛକ ହେଲିପ୍ୟାଡ ପଡ଼ିଆ ପରିଭ୍ରମଣ କରି ଗ୍ରାମ୍ୟ ଉଚ୍ଚ ପ୍ରତିଷ୍ଠାନ ଜଳେଶ୍ବରପୁରରେ ଶେଷ ହେଇଥିଲା । ଏହି ଯାତ୍ରାକୁ ସହଯୋଗ କରିଥିଲେ ସୁବ୍ରତ ପ୍ରଧାନ, ଅଭିଜିତ ଦାସ, ଅଞ୍ଜଳି ବେହେରା, ରୁମି ଗିରି, ରଶ୍ମିତା କାମିଳା, ପୂଜା ଦେ, କଲ୍ୟାଣୀ ପରିଡ଼ା, ବର୍ଷାରାଣୀ ଗିରି, ସୌଭାଗ୍ୟଲକ୍ଷ୍ମୀ ଦାସ, ଜୟ ଭାରତୀ ଦାସ, ପ୍ରିୟଙ୍କା ସାହୁ, ରଞ୍ଜୁରେଖା ସୁର, କରିସୀମା ସାହୁ, ଶୁଭଶ୍ରୀ ଦାସ, ତନୁଶ୍ରୀ ଜେନା, ଧରିତ୍ରୀ ଦାସ, ଶୁଭଶ୍ରୀ ଜେନା, ସଙ୍ଗୀତା ରଥ, ଋତୁପର୍ଣ୍ଣା ପଣ୍ଡା, ହରିପ୍ରିୟା ଘଡାଇ ପ୍ରମୁଖ ବ୍ୟକ୍ତି । ଭୋଗରାଇର ବିଶିଷ୍ଠ ସମାଜସେବୀ ଆଶିଷ କୁମାର ମହାନ୍ତି, ତୁଷାର ରଞ୍ଜନ ଦାସ, ପଙ୍କଜ ଦାସ, ମନୋଜ ଦାସ, କୃଷ୍ଣଚନ୍ଦ୍ର ପାତ୍ର, ରାଜୀବ ବେହେରା, ପୂର୍ଣ୍ଣାନନ୍ଦ ଘଡାଇ ଉପସ୍ଥିତ ରହି ତ୍ରିରଙ୍ଗା ଯାତ୍ରାକୁ ପ୍ରଶଂସା କରିଥିଲେ ।
ରିପୋର୍ଟ : ବାଲେଶ୍ବରରୁ ରଞ୍ଜନ କୁମାର ଦେ