ରକ୍ଷା ବନ୍ଧନ ପାଇଁ ‘କ୍ୟାରେଟଲେନ’ ଆଣିଛି ନୂଆ ସମ୍ଭାର

ଭୁବନେଶ୍ୱର : ତନିସ୍କର ପାର୍ଟନରଶିପ୍ ଷ୍ଟୋର ତଥା ଦେଶର ଅନ୍ୟତମ ଅଗ୍ରଣୀ ଓମ୍ନିଚ୍ୟାନେଲ ଗହଣା ବ୍ରାଣ୍ଡ ‘କ୍ୟାରେଟଲେନ’ ଆଣିଛି ନୂଆ ସମ୍ଭାର । ନୂତନ କଲେକ୍ସନ ସହ ରକ୍ଷା ବନ୍ଧନ ପାଇଁ ଆକର୍ଷଣୀୟ ଗୋଲ୍ଡ ଏକ୍ସଚେଞ୍ଜ ଅଫର ପ୍ରଦାନ କରୁଛି ଷ୍ଟୋର । କମ୍ପାନିର ନୂଆ କଲେକ୍ସନ ‘ୱିଚ୍’ରେ ଉପହାର ଦେବା ପାଇଁ ଏକାଧିକ ରେଞ୍ଜର ସମସାମୟିକ ଗହଣା ରହିଛି । ୧୪ କ୍ୟାରେଟ୍ ସୁନାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବ୍ୟାପକ ଗହଣା ରହିଛି । ଏହି କଲେକ୍ସନରେ ଇୟରିଂ ଏବଂ ନେକ୍ଲେସ୍ କ୍ଷେତ୍ରରେ ୧୫ଟି ଆକର୍ଷଣୀୟ ଡିଜାଇନ୍ ରହିଛି । ଭୁବନେଶ୍ଵରରେ କ୍ୟାରେଟଲେନର ୪ଟି ଷ୍ଟୋର ଚନ୍ଦ୍ରଶେଖରପୁର, ଏସପ୍ଲାନେଡ୍ ମଲ, ଜନପଥ ଏବଂ ସୌଭାଗ୍ୟ ନଗରରେ ରହିଛି ।
ଉପଯୁକ୍ତ ରାକ୍ଷୀ ଉପହାର ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କ୍ୟାରେଟଲେନର ‘ଗୋଲ୍ଡ ଏକ୍ସଚେଞ୍ଜ ଅଫର’ ଏ ପର୍ବକୁ ଏକ ସ୍ମରଣୀୟ ଆକାରରେ ପାଳନ କରିବା ଲାଗି ଉପଯୁକ୍ତ ସୁଯୋଗ । କ୍ୟାରେଟଲେନ ଡାଏମଣ୍ଡ ଡିଜାଇନ୍ ପାଇଁ ନିଜର ପୁରୁଣା ସୁନା ବଦଳାଉଥିବା ଗ୍ରାହକ ୧୧୦% ଏକ୍ସଚେଞ୍ଜ ଅଫର ପାଇପାରିବେ । ଏ ଅଫରକୁ ଆହୁରି ଆକର୍ଷଣୀୟ କରିବା ପାଇଁ କ୍ୟାରେଟଲେନ ୧୪ କ୍ୟାରେଟ୍ ଏବଂ ତଦୁର୍ଷ୍ଟ କ୍ୟାରେଟ୍ ସୁନା ଉପରେ ‘୦%’ ଡିଡକ୍ସନ ଅଫର ପ୍ରଦାନ କରୁଛି । କ୍ୟାରେଟଲେନର ଭିପି (ମାର୍କେଟିଂ) ଜେନିଫର ପାଣ୍ଡା କହିଛନ୍ତି ଯେ, ରକ୍ଷା ବନ୍ଧନ ନିକଟତର ହେଉଥିବାବେଳେ ଭଲ ପାଇବାର ଭାବନାକୁ ପ୍ରକାଶ କରିବା ପାଇଁ ଟାଇଟଲେସ୍ ହୀରା ଗହଣା ହେଉଛି ଉପଯୁକ୍ତ ମାଧ୍ୟମ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ