ପିଏମ୍ ସ୍ଵନିଧି ଯୋଜନା ସମ୍ପର୍କୀତ ଏକ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ବର : ପୂର୍ବାଞ୍ଚଳ ଅନ୍ତର୍ଗତ ଓଡିଶା, କୋଲକାତା, ବିହାର ଏବଂ ଝାଡଖଣ୍ଡ ରାଜ୍ୟ ପାଇଁ ପିଏମ୍ ସ୍ଵନିଧି ଯୋଜନା ସମ୍ପର୍କୀତ ଏକ ଆଞ୍ଚଳିକ ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଃ ଭାଗବତ କରାଡ (ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାର), ରାହୁଲ କାପୁର (ଯୁଗ୍ମ ସେକ୍ରେଟାରୀ ଏବଂ ମିଶନ ଡାଇରେକ୍ଟର), ଡେ-ଏନ୍ଏଲ୍ଏମ୍ ଏବଂ ପିଏମ୍ ସ୍ଵନିଧି, ମହୁଆ, ଭାରତ ସରକାର, ପ୍ରଶାନ୍ତ କୁମାର ଗୋୟଲ (ଯୁଗ୍ମ ସେକ୍ରେଟାରୀ, ଡିଏଫ୍ଏସ୍, ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାର), ଜି. ମାଥି ଭତନାନ୍ (ପ୍ରିନ୍ସିପାଲ ସେକ୍ରେଟାରୀ, ହାଉସିଂ ଏବଂ ଅର୍ବାନ୍ ଡିପାର୍ଟମେଣ୍ଟ, ଓଡିଶା ସରକାର), ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଓଡିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି)ର ଅଧ୍ୟକ୍ଷ ଅଶ୍ୱିନୀ କୁମାର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଉପ-ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ ରାଘବେନ୍ଦ୍ର, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ୪ଟି ରାଜ୍ୟର ରାଜ୍ୟ ପ୍ରତିନିଧି, ୪ଟି ରାଜ୍ୟର ଏସ୍ଏଲ୍ବିସି ଆବାହକ ଏବଂ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପିଏମ୍ ସ୍ଵନିଧି ଯୋଜନା, ୟୁଏଲ୍ବି ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ପାରଦର୍ଶିତା, ଲକ୍ଷ୍ୟ ଏବଂ ସଫଳତା ଭିତ୍ତିରେ ଏହି ୪ଟି ରାଜ୍ୟର ସମୀକ୍ଷା କରାଯାଇଥିଲା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ