ଓଡିଶା ଟ୍ରେଣ୍ଟିଂ

ନୀଳଗିରି ଉପଖଣ୍ଡରେ ପାଳିତ ହେଉଛି ସ୍ୱାଧୀନତା ଦିବସ ।

ନୀଳଗିରି : ଦେଶ ପାଳନ କରୁଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରର ନୀଳଗିରି ଉପଖଣ୍ଡରେ ନୀଳଗିରି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନୀଳଗିରି ଡାକ୍ତରଖାନା ରାସ୍ତା ପାର୍ଶ୍ବରେ ପତାକା ଉତ୍ତୋଳନ କରାଯାଇଛି । ସେହିପରି କଚେରୀ ପରିସରରେ ନୀଳଗିରି ବାର ଆସୋସିଏସନର ସଭାପତି ଅମରେନ୍ଦ୍ର ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ପୂର୍ତ୍ତବିଭାଗ କାର୍ଯ୍ୟାଳୟରେ ସରକାରୀ ନିର୍ବାହୀ ଯନ୍ତ୍ରୀ ମଧ୍ୟ ପତାକା ଉତ୍ତୋଳନ କରିଛନ୍ତି । ସେପଟେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ପତାକା ଉତ୍ତୋଳନ କରିଛନ୍ତି ।

ଅପରପକ୍ଷେ ଉପଖଣ୍ଡସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଥାନା ନିକଟସ୍ଥ ଷ୍ଟାଡିୟମ ପଡ଼ିଆରେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ପାଇକ ବିଦ୍ରୋହଠାରୁ ଆରମ୍ଭକରି ନୀଳଗିରି ଗଡ଼ଜାତ ଆନ୍ଦୋଳନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଷ୍ଟାଡିୟମ ପଡ଼ିଆରେ ୩୭ ଟି ଦଳ ପରେଡରେ ଅଂଶଗ୍ରହଣ କରିଥିଲେ । ପରେଡ ପରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା ।

ରିପୋର୍ଟ : ନୀଳଗିରିରୁ ସତ୍ୟାନନ୍ଦ ପାତ୍ର  

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା