କଟକର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ସ୍ବାଧୀନତା ଦିବସ…

କଟକ : କଟକ ସଦର ନିର୍ବାଚନ ମଣ୍ଡଳୀ କିଶୋରନଗର ହାଇସ୍କୁଲ ପଡିଆରେ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାୟକ ଚନ୍ଦ୍ରସାରଥି ବେହେରା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ରହି ସାମୁହିକ ପରେଡରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫଳ ବ୍ୟକ୍ତିତ୍ବ ତଥା ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ଓରିକଣ୍ଟା ବିଦ୍ୟୁତ ବିଭାଗ ଅଧିନସ୍ଥ ଗୋପୀନାଥପୁର ଗ୍ରାହକ ସେବାକେନ୍ଦ୍ରରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସମାଜସେଵୀ ପ୍ରମୋଦ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ, ଯୁବନେତା ବିଶ୍ୱଜିତ ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତାର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଗର ଜନସାଧାରଣ ଦେଶଗଠନରେ ମନ ନିବେଶ କରିବା ସହ ପ୍ରତ୍ୟେକସ୍ତରରେ ଜାତୀୟତାର ଭାବଧାରାରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରର ଲାଇନମ୍ୟାନ ଜ୍ଞାନ ରଞ୍ଜନ ବେହେରା, ଅଚ୍ୟୁତାନନ୍ଦ ମଲ୍ଲ, ଚନ୍ଦ୍ରକାନ୍ତ ବିଶ୍ୱାଳ, ଦେବାଶିଷ ବାରିକ, ଯଶୋବନ୍ତ ପୃଷ୍ଟି, ଦେବାଶିଷ ଷଡ଼ଙ୍ଗୀ, ମନୋରଞ୍ଜନ ପ୍ରଧାନ ପ୍ରମୁଖ ବିଭାଗୀୟ ସହକର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା