ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଜଟଣୀ : ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ରେଳୱେ ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍ ବାଜୱା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସମସ୍ତ କର୍ମଚାରୀଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରେଲୱେ ଆଜି ଉନ୍ନତିର ଚରମ ସୀମାରେ ପହଞ୍ଚିପାରିଛି ବୋଲି ସେ କହିଥିଲେ I କାର୍ଯ୍ୟକ୍ରମରେ ଆର୍.ପି.ଏଫ୍ ର ଦୁଇ ପ୍ଲାଟୁନ୍ ଫୋର୍ସ, ସିଭିଲ ଡିଫେନ୍ସର ଗୋଟିଏ ପ୍ଲାଟୁନ୍ ଫୋର୍ସ, ସ୍କାଉଟ୍ ଓ ଗାଇଡ୍ସ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପରେଡ୍ ପ୍ରଦର୍ଶନ କରାଯାଇଥିଲା I ଏଥିରେ କୁନି କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖି ଅତିଥିମାନେ ବେଶ୍ ପ୍ରଶଂସା କରିଥିଲେ I
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ