ଆନିମେସନ୍ ଏବଂ ଗ୍ରାଫିକ୍ସ କ୍ଷେତ୍ରରେ ୨୮ବର୍ଷ ପୂରଣ କରିବାକୁ ଯାଉଛି ଜିକା…

ଭୁବନେଶ୍ୱର : ଆନିମେସନ୍ ଏବଂ ଗ୍ରାଫିକ୍ସ କ୍ଷେତ୍ରରେ ଉଜ୍ଜଳ ପ୍ରତିଭା ପ୍ରତିପୋଷଣର ୨୮ବର୍ଷ ପୂରଣ କରିବାକୁ ଯାଉଛି ଜି ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଆର୍ଟ । ୧୯୯୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଭାରତର ପ୍ରଥମ ପୂର୍ବ ପ୍ରଶିକ୍ଷଣ ଏକାଡେମୀ ଜି । ୨ଡି ଆନିମେସନ, ୩ଡି ଆନିମେସନ, ଭିଜୁଆଲ୍ ଇଫେକ୍ଟସରେ ପ୍ରାକ୍ଟିକାଲ୍ ଟ୍ରେନିଂ ପାଇଁ ଏହି ଅନୁଷ୍ଠାନ ହେଉଛି ଏକ ଗନ୍ତବ୍ୟସ୍ଥଳ । ଭୁବନେଶ୍ବରସ୍ଥିତ ଜିକା କେନ୍ଦ୍ରରେ ଛାତ୍ରମାନଙ୍କୁ ତାଲିମ ଦେବା ପାଇଁ ଭାରତ ତଥା ବିଦେଶର ଅଭିଜ୍ଞ ଅଧ୍ୟାପକ ଏବଂ ଶିଳ୍ପ ବିଶେଷଜ୍ଞ ଅଛନ୍ତି । କଳା, ଡିଜାଇନ୍ ଏବଂ ଶାସ୍ତ୍ରୀୟ ଆନିମେସନର ମୌଳିକତା ଉପରେ ଗୁରୁତ୍ବ ଦେଇ ଅନୁଷ୍ଠାନ ଛାତ୍ରମାନଙ୍କ ପାଇଁ ବ୍ୟବହାରିକ ଏବଂ ଥିଓରି ଆନିମେସନର ଏକ ସୁସ୍ଥ ମିଶ୍ରଣ ସହିତ ସୃଜନଶୀଳ ଏକ୍ସପୋଜର ନିଶ୍ଚିତ କରେ ।
୨୮ତମ ବାର୍ଷିକୀ ଉତ୍ସବ ଅବସରରେ ଏ ନେଇ ଜିକା ପକ୍ଷରୁ ଏକ ଭବ୍ୟ ଆୟୋଜନ ହେବ । ଇଭେଣ୍ଟଗୁଡ଼ିକର ଚମତ୍କାର ତାଲିକାରେ ସାଂସ୍କୃତିକ କାର୍ଯ୍ୟକଳାପ, ସ୍କ୍ରିପ୍ଟ, ଫ୍ୟାଶନ୍ ସୋ, ମ୍ୟୁଜିକ୍ ଏବଂ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ରହିଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ