ଓଡିଶା

ହରଙ୍କ ସ୍ବପ୍ନ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀକୁ ଏକ ସୁନାମଧନ୍ୟ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ କରିବା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ମର୍ଦ୍ଦକୋଟ କାଳୀ ମନ୍ଦିର ପରିସରରେ ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ କର୍ମୀମାନଙ୍କ ମଧ୍ୟରେ ସୁସମ୍ପର୍କ ବଢ଼ାଇବା ନିମନ୍ତେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳାର ପୂର୍ବତନ ନଗରପାଳ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ହରପ୍ରସାଦ ସାହୁ, କୋଦଳା ନଗରପାଳିକା ସୁନୀତାପ୍ରଭା ସାହୁ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛନ୍ତି ।

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଭ୍ରଷ୍ଟାଚାର ହଟାଇ ରାଜ୍ୟରେ କବିସୂର୍ଯ୍ୟ ବଳଦେବ ରଥଙ୍କ ମାଟିର ଟେକ ରଖିବା ଏବଂ ଓଡିଶାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀକୁ ଏକ ସୁନାମଧନ୍ୟ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ କରିବାକୁ ସ୍ବପ୍ନ ଦେଖିଥିବା କହିଛନ୍ତି ହରପ୍ରସାଦ ସାହୁ । ଏହି ଅବସରରେ କଣ୍ଟାପଡ଼ା ଛକରୁ ଏକ ବିଶାଳ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ଅଭିବାଦନ ଜଣାଇଥିଲେ ଶ୍ରୀ ସାହୁ । ଏହି ଅବସରରେ ପୂର୍ବତନ ବେଗୁନିଆପଡ଼ା ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ସୁମଣ୍ଡଳର ବରିଷ୍ଠ ନେତା ସୁବାଷ ବିଶ୍ବାଳ, କେ ବରିଡ଼ା ପୂର୍ବତନ ସରପଞ୍ଚ ଚିତ୍ରସେନ ନାୟକ, ବୁରୁଝୁରୀ ପୂର୍ବତନ ସମିତି ସଭ୍ୟ ବିନାୟକ ନାୟକ, ଖଇରଖମା ପୂର୍ବତନ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ, ମର୍ଦକୋଟ ପୂର୍ବତନ ସରପଞ୍ଚ ପ୍ରତିନିଧି ଦିପ୍ତୀ ପ୍ରକାଶ ନାୟକ, ପୂର୍ବତନ ସମିତି ସଭ୍ୟ ପ୍ରତିନିଧି ପ୍ରଦୀପ କୁମାର ପଲେଇ, ଫାଶୀ ପୂର୍ବତନ ସମିତି ସଭ୍ୟ ଭଗବାନ ନାହାକ, ଚିଙ୍ଗୁଡିଖୋଲ ପୂର୍ବତନ ସମିତିସଭ୍ୟ କାହ୍ନୁ ଚରଣ ପଣ୍ଡା, କେ ବରିଡ଼ା ପୂର୍ବତନ ସମିତି ସଭ୍ୟା ପ୍ରତିନିଧି ଦୁଷ୍ମନ୍ତ ଦାସ, ଏସ୍ ଛଚିନା ପୂର୍ବତନ ସମିତି ସଭ୍ୟା ପ୍ରତିନିଧି ଚରଣ ନାୟକଙ୍କ ସମେତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅମୂଲ୍ୟ ରତ୍ନ ଦାସ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ହରପ୍ରସାଦ ସାହୁଙ୍କୁ ବିଜୁ ଜନତା ଦଳରୁ ପ୍ରାର୍ଥୀ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଉକ୍ତ ସମାବେଶରେ ମତ ପ୍ରକାଶ ପାଇଛି ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା