ବାପୁଜୀ ନଗରରେ ଖୋଲିଲା ସ୍ପୋଟ୍ସ ଏମ୍ପୋରିୟମ୍ ର ତୃତୀୟ ଷ୍ଟୋର

ଭୁବନେଶ୍ୱର : ସ୍ପୋଟ୍ସ ଏମ୍ପୋରିୟମ୍ ର ନୂଆ ଷ୍ଟୋର ଭୁବନେଶ୍ୱରସ୍ଥିତ ବାପୁଜୀ ନଗରରେ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଏହା ସ୍ପୋଟ୍ସ ଏମ୍ପୋରିୟମ୍ ର ତୃତୀୟ ଷ୍ଟୋର । ଏଠାରେ ଗୋଟେ ଛାତ ତଳେ ଖେଳ, ଜିମ୍ ସହ ଅନ୍ୟାନ୍ୟ ଉପକରଣ ସୁଲଭ ମୂଲ୍ୟରେ ମିଳିପାରିବ । ନୂଆ ଷ୍ଟୋର ଉଦଘାଟନ ଅବସରରେ ଏଠାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଗୋଟେ ମାସ ପର୍ଯ୍ୟନ୍ତ ଏହି ରିହାତିର ଲାଭ ଗ୍ରାହକମାନେ ଉଠାଇପାରିବେ । ସବୁଠୁ ବଡ଼ କଥା ହେଉଛି ଯେ ଗ୍ରାହକମାନେ ଏଠାକୁ ଷ୍ଟୋର ବୁଲିକି ପସନ୍ଦ ମୁତାବକ କ୍ରୟ କରିପାରିବେ ।

୧୯୭୮ ମସିହାରେ ଆରମ୍ଭ ହୋଇଥିବା ସ୍ପୋଟ୍ସ ଏମ୍ପୋରିୟମ୍ ଭୁବନେଶ୍ୱର ସହ ଓଡ଼ିଶାର ଅନ୍ୟ ସ୍ଥାନରେ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି । ଉଦଘାଟନ ସମୟରେ ଷ୍ଟୋରର ମାଲିକ ପ୍ରମୋଦ କୁମାର ଧୁପର, ସୁଧିର ଧୁପର, ରୌନକ ଧୁପର, ସାହିଲ ଧୁପର, ଦେଭମ ଧୁପର, ଆରତି ଧୁପର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ୱରରୁ ଅଭିଜିତ୍ ସିଂ