ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଗଣଧାରଣା…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଏଗାର ଦଫା ଦାବି ନେଇ ଚିକିତ୍ସାଳୟ ସମ୍ମୁଖରେ ବିଜୟ ପାତ୍ରଙ୍କ ସଭାପତିତ୍ବରେ ଗଣଧାରଣା ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକୀୟ ୧୯ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୯ ଜଣ ଡାକ୍ତର । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ୯ ଜଣ ଡାକ୍ତର ମାତ୍ର ତିନିରୁ ଚାରି ଘଣ୍ଟା ଡିଉଟି କରି ବାଲେଶ୍ଵରରେ ବିଭିନ୍ନ ନର୍ସିଂହୋମରେ କାର୍ଯ୍ୟ କରୁଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣଜନତା । ଏପରିକି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରାଂଶଗୁଡ଼ିକ ଲୋକଙ୍କ କାମରେ ଆସୁନି । ଏଣୁ ୧୧ ଦଫା ଦାବି ନେଇ ଗଣଧାରଣା ଦେଇଛି ଇଣ୍ଡିଆ । ଏହି ଗଣଧାରଣାରେ କଂଗ୍ରେସର ମନୋରଞ୍ଜନ ପଣ୍ଡା, ପୂର୍ବତନ ବିଧାୟକ ଚିତରଞ୍ଜନ ଷଡଙ୍ଗୀ, ସିପିଆଇର କୈଳାଶ ପଣ୍ଡା, ନିରଞ୍ଜନ ବାରିକ, ଷ୍ଟାଲିନ ମିଶ୍ର, ଅମରେନ୍ଦ୍ର ନାୟକଙ୍କ ସମେତ ବହୁ ପୁରୁଷ ଓ ମହିଳା ସାମିଲ ହୋଇଛନ୍ତି ।
ରିପୋର୍ଟ : ନୀଳଗିରିରୁ ସତ୍ୟାନନ୍ଦ ପାତ୍ର