ଓଡିଶା

ଦାଦାଗିରି କରୁଛନ୍ତି ବିଧାୟିକାଙ୍କ ସମ୍ପର୍କୀୟ ଭାଇ । ପୋଲିସ ପକ୍ଷରୁ ଅହେତୁକ ଅନୁକମ୍ପା ଅଭିଯୋଗ…

ହିନ୍ଦୋଳ : ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ନାଏକଙ୍କ ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ାପଡ଼ା ବ୍ଲକରେ ରହୁଥିବା ସନ୍ତୋଷ ଅନେକ ସମୟରେ ବିଧାୟିକାଙ୍କ ଭାଇ ହେବାର ପରିଚୟ ଦେଇ ହିନ୍ଦୋଳରେ ରାଜ୍ କରନ୍ତି । କେତେବେଳେ ସମାଜସେବୀଙ୍କୁ ଜୀବନରୁ ମାରିଦେବାକୁ ଖୋଲା ଧମକ ଦେଇଛନ୍ତି ତ ଆଉ କେତେବେଳେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷାଙ୍କ ଚାମ୍ବରରେ ନିଶାସକ୍ତ ଅବସ୍ଥାରେ ପଶି ଧମକ ଦେଇଛନ୍ତି । ଏ ନେଇ ସମାଜସେବୀ ଗୋବର୍ଦ୍ଧନ ନାୟକ ଏବଂ ଅଧ୍ୟକ୍ଷା ସସ୍ମିତା ନାୟକ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । ହେଲେ ବିଧାୟିକାଙ୍କ ଭାଇ ହେବାର ପରିଚୟ ଦେଇ ସନ୍ତୋଷ ସବୁବେଳେ ବର୍ତ୍ତିଯାଆନ୍ତି ।

ଏ ନେଇ ତଥ୍ୟ ଏବଂ ଅଭିଯୋଗ ଆଧାରିତ ଖବର ଆମେ ଆମ ଚ୍ୟାନେଲରେ ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ପରେ ଏଥିରେ ଉତକ୍ଷିପ୍ତ ହୋଇ ସନ୍ତୋଷ ଆମ ଢେଙ୍କାନାଳ ପ୍ରତିନିଧି ସୁଜିତ୍ କୁମାର ବେହେରା ଏବଂ ତାଙ୍କର ଅନ୍ୟ ଜଣେ ସାମ୍ବାଦିକ ସହଯୋଗୀ ଗୌତମ ମୁଦୁଲିଙ୍କୁ ରାସ୍ତାରେ ଅଟକାଇ ଧସ୍ତାଧସ୍ତି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଦୁଇ ସାମ୍ବାଦିକ ବାଲିମି ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ପୂର୍ବରୁ ଥାନାରେ ସନ୍ତୋଷ ନାଏକଙ୍କ ନାଁରେ ଯେଉଁସବୁ ଅଭିଯୋଗ ହୋଇଛି ସେଥିରୁ ସେ ବିଧାୟିକାଙ୍କ ନାଁ ନେଇ ସହଜରେ ଖସି ଯାଇଥିବାରୁ ଏଭଳି ଦୁଃସାହସ କରୁଥିବା ଏବେ ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ସାମ୍ବାଦିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାମ୍ବାଦିକ ସଂଘ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ତଥା ବିରୋଧୀଦଳ ନେତା ଦୃଢ ନିନ୍ଦା କରିଛନ୍ତି । ଏହାସହ ସନ୍ତୋଷ ନାଏକକୁ ପୋଲିସ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଯଦି ସବୁଥର ଭଳି ଏଥର ସନ୍ତୋଷ ବିଧାୟିକାଙ୍କ ନାଁ ନେଇ ଖସିଯାଏ ତେବେ ଏହାର ଦୃଢ ବିରୋଧ କରିବା ସହ ଆବଶ୍ୟକ ପଡିଲେ ସାମ୍ବାଦିକ ସଂଘ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା