ସଡକ ଦୁର୍ଘଟଣାରେ ପରପାରିରେ କାର୍ଯ୍ୟନିର୍ବାହୀ ଅଧିକାରୀ…

ନୂଆପଡା : ଟ୍ରାକ୍ଟର ଧକ୍କାରେ ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେରୁ ମହଗାଁ ଯିବା ରାସ୍ତାରେ ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ କିରେଝୋଲା ଗ୍ରାମର ସତ୍ୟ ମାଝୀ ।

ସିନାପାଲି ବ୍ଲକ କରନବାହାଲି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ସତ୍ୟ ମାଝୀ । କୌଣସି ଏକ କାର୍ଯ୍ୟରେ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ସିନାପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ : ନୂଆପଡ଼ାରୁ କୀର୍ତ୍ତି ଚନ୍ଦ୍ର ନାଗ