ଓଡିଶା

ବର୍ଷିଆନ ସାମ୍ବାଦିକ ବୈଦନାଥ ପରିଡାଙ୍କ ପରଲୋକ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବର୍ଷିଆନ ସାମ୍ବାଦିକ ବୈଦନାଥ ପରିଡାଙ୍କ ୯୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସ୍ବର୍ଗତ ଶ୍ରୀ ପରିଡା ଦୀର୍ଘଦିନ ଧରି ସମ୍ବାଦପତ୍ର ସହିତ ଜଡିତ ରହି ବହୁ ଗଠନମୂଳକ ସମ୍ବାଦ ପରିବେଷଣ କରି ସମାଜର ଉନ୍ନତିରେ ସହାୟକ ହୋଇଥିଲେ । ସେ ଜଣେ ଦକ୍ଷ ଏବଂ ଆଗଧାଡ଼ିର ସମ୍ବାଦିକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳ ସହିତ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପାର୍ଥିବ ଶରୀର ପୈତୃକ ବାସଭବନ ବନମାଳୀପୁରରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜିଲ୍ଲା ସଦର ମହକୁମାର ଅନେକ ସାମ୍ବାଦିକମାନେ ପହଂଚି ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା