ପ୍ରାୟଶ୍ଚିତ ସତ୍ୟାଗ୍ରହ କରୁଛି ନବ ନିର୍ମାଣ କୃଷକ ସଂଗଠନ…

ଗଜପତି : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରାୟଶ୍ଚିତ ସତ୍ୟାଗ୍ରହ । ଏହିକ୍ରମରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମାଣ କୃଷକ ସଂଗଠନର ଗଜପତି ଜିଲ୍ଲା ପ୍ରଭାରୀ ରଣଜିତ ପଟ୍ଟନାୟକଙ୍କ ନେତୃତ୍ବରେ ବହୁ କୃଷକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟ ସରକାରଙ୍କ କୃଷକମାରଣ ନୀତିକୁ ବିରୋଧ କରିବା ସହ ଏହାକୁ ସମାଲୋଚନା କରିଥିଲେ କୃଷକ ନେତା । ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ପ୍ରଦାନ କରାଯାଇଛି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା