NPS ହଟାଇ OPS ଲାଗୁ କରିବା ପାଇଁ ଦାବି …

ଜଟଣୀ : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ୨୦ ଦଫା ଦାବି ନେଇ ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର କର୍ମଚାରୀ । ମୁଖ୍ୟତଃ NPS ହଟାଇ OPS ଲାଗୁ କରିବା ପାଇଁ ଦାବି କରିଛନ୍ତି କର୍ମଚାରୀ । ଯଦି ତିନିମାସ ମଧ୍ୟରେ କର୍ମଚାରୀଙ୍କ ଏହି ସମସ୍ତ ଦାବି ପୁରଣ ନ ହୁଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ଅଖ ଚକ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଇଷ୍ଟ୍ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ I
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ