ଓଡିଶା

NASSର ସାଧାରଣ ବୈଠକ ଅନୁଷ୍ଠିତ…

ନୂଆପଡା : ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ)ର ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ବୁଦ୍ଧିଆଡଙ୍ଗର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡା ଅଞ୍ଚଳର ବରିଷ୍ଠ ସାମ୍ବାଦିକ/ସାମ୍ବାଦିକା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନୂଆପଡା ଜିଲ୍ଲାର ସାମାଜିକ ସମସ୍ୟା ଏବଂ ତାହାର ସମାଧାନ କରିବା ସହ ନିଃସହାୟ ଗରିବ ମଜଦୁର ଚାଷୀ ମୁଲିଆ ଖଟିଖିଆଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାରେ ଏକ ନିରପେକ୍ଷ ନିର୍ଭୀକ ନିଷ୍ଠାପର ସାମ୍ବାଦିକ ସଂଗଠନ କରିବା ପାଇଁ ସମସ୍ତେ ବହୁମତ ରଖିଥିଲେ । ପରେ ସର୍ବସମ୍ମତିକ୍ରମେ ନୂତନ ସାମ୍ବାଦିକ ସଂଗଠନର ନାମକରଣ କରାଯାଇଥିଲା । ଯାହାର ନାମ ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (NASS) ବୋଲି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଆଗାମୀ ବୈଠକରେ NASSର ମ୍ୟାନେଜିଙ୍ଗ କମିଟି ଗଠନ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଆୟୋଜିତ ବୈଠକରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ, ମୋତିଲାଲ ବାଗ, ଟିକେଶ୍ୱର ନାଗ, ଅଜିତ ଯୋଶୀ, କୀର୍ତ୍ତି ଚନ୍ଦ୍ର ନାଗ, ଜଗତରାମ ଦଣ୍ଡସେନା, ଚନ୍ଦ୍ର ଦୀପ, ଜିତେନ୍ଦ୍ର ପୋଢ଼, ବିହାରିଲାଲ ଜଗତ, ଦେବେଶ ହୋତା, ଆଇନଜୀବୀ ସଚିନ୍ଦ୍ର ଯୋଶୀ, କଲିମ ମହମ୍ମଦ, ପ୍ରଶାନ୍ତ କୁମାର ଭୋଇ, ଲୋକନାଥ ପଟେଲ, ପୁଷ୍ପାଞ୍ଜଳି ଦେବାଙ୍ଗନ,ପଙ୍କଜିନି କନ୍ଧପାଣି, ଏ.କୁମାର ପ୍ରମୁଖ ଯୋଗଦେଇଥିଲେ । ତେବେ ଖୁବ୍ କମ୍ ଦିନରେ ସଂଗଠନର ରୂପରେଖ ନିର୍ଣ୍ଣୟ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିବା ଜଣାପଡିଛି ।

ରିପୋର୍ଟ : ନୂଆପଡାରୁ କୀର୍ତ୍ତି ଚନ୍ଦ୍ର ନାଗ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା