ଲୋକଙ୍କ ଉପରେ ଦାଉ ସାଧୁଛି ଭୋଲ୍ଟାଜ କମ୍ପାନୀ…

ଢେଙ୍କାନାଳ : ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ନୟାଭାଗୀରଥିପୁର ଗ୍ରାମପଞ୍ଚାୟତର କାଳୁସାହି କାଟେଣୀ ଗ୍ରାମର । ଆଜକୁ ପ୍ରାୟ ତିନି ବର୍ଷ ତଳେ କେନ୍ଦ୍ର ସରକାର, ଆଠଶହ କୋଟି ଟଙ୍କାର ବ୍ୟୟ ଅଟକଳରେ ଉଭୟ ଓଡାପଡା ଓ ହିନ୍ଦୋଳ ବ୍ଲକର ୫୧ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଏକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଯେଉଁ ପ୍ରକଳ୍ପର ନିର୍ମାଣ କାମକୁ ହାତକୁ ନେଇଛି ଭୋଲ୍ଟାଜ କମ୍ପାନୀ । ହେଲେ ଭୋଲ୍ଟାଜ କମ୍ପାନୀ ତିନି ବର୍ଷ ହେଲାଣି ଉନ୍ନୟନ କାମ କରିବା ନାଁରେ ଲୋକଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଛି ।

କେତେବେଳେ କମ୍ପାନୀ ସ୍ଥାନୀୟ ପ୍ରଶାସନକୁ ହାତ ବାରିସୀ କରି ରାସ୍ତାଘାଟ ଭାଙ୍ଗୁଛି ତ ଆଉ କେଉଁଠି ବ୍ରିଜ ଭାଙ୍ଗି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛି । ଏପରିକି ହାତୀ ଚଲାପଥରେ ବଡ଼ ବଡ଼ ଗାତ ଖୋଳିଛି କମ୍ପାନୀ । ଖାଲି ସେତିକି ନୁହେଁ କମ୍ପାନୀ ପାନୀୟ ଜଳ ପାଇଁ ବ୍ୟବହୃତ କରୁଥିବା ମୋଟା ମୋଟା ପାଇପ ସବୁ ଏବେ ନୟାଭାଗୀରଥିପୁର ପଞ୍ଚାୟତର ଅନେକ ଗାଁର ରାସ୍ତା ମଝିରେ ପୋତା ହୋଇଛି । ଯେଉଁଥିପାଇଁ ବ୍ରଜବିହାରୀପୁର ମୁଖ୍ୟ ରାସ୍ତା ଏବେ ଭାଙ୍ଗି ମରଣଯନ୍ତା ପାଲଟିଛି । ଏହାସହ ପ୍ରତ୍ୟେକ ଦିନ ଭୋଲ୍ଟାଜ କମ୍ପାନୀର ଶହ ଶହ ଭାରିଯାନ କାଳୁସାହି କାଟେଣୀ ଗ୍ରାମ ଦେଇ ଯାତାୟାତ କରୁଛି, ଯାହାଫଳରେ ଜାତୀୟ ରାଜପଥକୁ ଲାଗିଥିବା ଗଉଡ଼ କାଟେଣୀ ଛକର ଅବସ୍ଥା ଏବେ ଶୋଚନୀୟ ହୋଇଗଲାଣି । ଆଉ ଏପଟେ ୫୫ ନମ୍ବର ଜାତୀୟ ରାଜପଥର ଦକ୍ଷିଣ ଦିଗରେ ଥିବା ରେଂଗାଳୀ ବ୍ରିଜ ଉପରେ ଅନେକ ଭାରିଯାନ ଚଳାଚଳ କରି ବ୍ୟାରିକେଟ ଭାଙ୍ଗିଯିବା ଫଳରେ ତାହା ମୁକୁଳା ହୋଇ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି । ଯେଉଁ ବ୍ରିଜ ଉପରେ ନିର୍ଭର କରନ୍ତି ପ୍ରାୟ ଦୁଇଟି ପଞ୍ଚାୟତର ଦଶରୁ ଅଧିକ ଗ୍ରାମର ଲୋକ ।

ଏ ବାବଦରେ ଅଧିକ ସୂଚନା ପାଇଁ ଆମ ପ୍ରତିନିଧି ନୟାଭାଗୀରଥିପୁର ସରପଞ୍ଚ ଜତି ନାୟକଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଯେ, “ମୁଁ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ଅଛି । ଏ ବାବଦରେ ଅନେକଥର ତହସିଲଦାରଙ୍କୁ ମଧ୍ୟ କହିଛି ଯେ, ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।”
ସ୍ଥାନୀୟ ସରପଞ୍ଚଙ୍କ ହିସାବରେ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀ ଅବା ସରପଞ୍ଚଙ୍କ ସହିତ କେବେହେଳେ ଆଲୋଚନା କରିନାହାନ୍ତି । ଏପରିକି ଭୋଲଟାଜ କମ୍ପାନୀ ଅନେକ ରାସ୍ତା ଘାଟ ଓ ବ୍ରିଜି ଭାଙ୍ଗି ତାହାର ମରାମତି ମଧ୍ୟ କରୁ ନାହିଁ । ଯେଉଁଥିପାଇଁ ଲୋକ ହଇରାଣ ହେବା ସହିତ ନିଜର ଅସନ୍ତୋଷ ପ୍ହେରକାଶ କରିଛନ୍ତି । ଯଦି ଆଗାମୀ ଦିନରେ ସରକାର ଏ ନେଇ ଉଟିତ୍ ପଦକ୍ଷେପ ନ ନେବେ ତାହାଲେ ପଞ୍ଚାୟତବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଏହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଦେଖିବାକୁ ବାକି ରହିଲା ଭୋଲ୍ଟାଜ କମ୍ପାନୀ କେବେ ଏହି ସବୁ ସମସ୍ୟାର ସମଧାନ କରୁଛି ।
ରିପୋର୍ଟ : ଢେଙ୍କାନାଳ ଓଡାପଡାରୁ ଗୋପବନ୍ଧୁ ବାରିକ