ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନ । ଖାଲି ମୋହରକୁ ଅପେକ୍ଷା…

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପରବ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ବ୍ଲକ କଂଗ୍ରେସ ସଭାପତି ଓ ୫୧ ଟି ଗ୍ରାମ ପଞ୍ଚାୟତର କଂଗ୍ରେସ ପଞ୍ଚାୟତ ସଭାପତି ଏବଂ କଂଗ୍ରେସ କର୍ମୀମାନେ ବହୁ ସଂଖ୍ୟରେ ଯୋଗ ଦେଇଥିଲେ । ଏହି ଅବସରରେ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆଲୋଚନା କରିଥିଲେ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କିପରି ବିଜୟୀ ହେବ ସେ ନେଇ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା ।
ଚଳିତ ପଞ୍ଚାୟତ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଯୁବ କଂଗ୍ରେସ ନେତା ପବିତ୍ର ସାଉଁତାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୭ଟି ଜିଲ୍ଲା ପରିଷଦ ଆସନରୁ ୫ଟିରେ ବିଜୟ ହାସଲ କରିଥିଲା । ଏଣୁ ଆସନ୍ତା ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ ଦଳ ଟିକେଟ୍ ଦେବା ପାଇଁ ସମସ୍ତ ପ୍ରାର୍ଥୀ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ସାହୁ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନିକଟରେ ଦାବି କରିବେ ବୋଲି ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯାଇଛି ।
ଏଥିରେ ଲକ୍ଷ୍ମୀପୁର କଂଗ୍ରେସ ଦଳର ବିଧାୟକ ଆଶାୟୀ ପ୍ରାର୍ଥୀ ପବିତ୍ର ସାଉଁତା, ସଭାପତି କୈଳାସ ଚନ୍ଦ୍ର ଖସ୍ଲା, ଦଶମନ୍ତପୁର ବ୍ଲକ ସଭାପତି ବେଣୁଧର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଜୋନ-୧ ଧନପତି ସାଉଁନ୍ତା ଓ ଜୋନ-୨ ଲଳିତା ଜାନି, ନାରାୟଣପାଟଣା ବ୍ଲକ ସଭାପତି ବିଭୀଷଣ ମହାନନ୍ଦିଆ, ଜିଲ୍ଲା ପରିଷଦ ସଭ୍ୟା ରାମ୍ବେ ଶିରିକା, ବନ୍ଧୁଗାଁ ସଭାପତି ଡ଼ି. ଏଙ୍କେଟି ଏବଂ ଲକ୍ଷ୍ମୀପୁର ବ୍ଲକର ଜୋନ -୧ ଜିଲ୍ଲା ପରିଷଦ ହିଙ୍ଗୁ ସାଉଁତା ଏବଂ ଜୋନ-୨ ଜିଲ୍ଲା ପରିଷଦ ପିଙ୍କି ହିମରିକା ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : କୋରାପୁଟ ଲକ୍ଷ୍ମୀପୁରରୁ ସଞ୍ଜୟ କୁମାର ପାଣି