ଓଡିଶା

ପୋଲିସ ବି ହୋଇପାରେ ଜନତାଙ୍କ ଦରଦୀ ବନ୍ଧୁ !

କୋଟପାଡ଼ : ଥାନା ଅଧିକାରୀ ହେବ ତ ଏମିତି । ଥାନା ବାବୁଙ୍କ ଅନ୍ୟତ୍ର ବଦଳି ହେବା ଖବର ଶୁଣି ତାଙ୍କ ପାଖକୁ ଧାଇଁ ଆସିଛନ୍ତି ଅଞ୍ଚଳବାସୀ । ଥାନାବାବୁଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ଏ ହେଉଛନ୍ତି ଥାନା ଅଧିକାରୀ ସେସଦେବ ବେହେରା । କୋରାପୁଟ ଜିଲ୍ଲା କୋଟପାଡ଼ ଥାନାରେ ଦୀର୍ଘ ତିନି ବର୍ଷ ହେବ ସେ ସେବା ଯୋଗେଇ ଆସୁଥିଲେ । ମାତ୍ର ତିନି ବର୍ଷର ସେବାରେ ସେ ଉକ୍ତ ଅଞ୍ଚଳର ଜନସାଧାରଣଙ୍କ ପାଇଁ ପାଲଟିଯାଇଥିଲେ ଦରଦୀ ବନ୍ଧୁ । କୋଟପାଡ଼ ଥାନା ଅଧିକାରୀ ହୋଇ ଆସିବା ପରଠୁ କୋଟପାଡ଼ ଅଞ୍ଚଳବାସୀ, ଥାନା କର୍ମଚାରୀ, ଜନ ପ୍ରତିନିଧି ଏବଂ ଗଣମାଧ୍ୟମଙ୍କ ବେଶ ପ୍ରଶଂସାର ପାତ୍ର ହୋଇପାରିଥିଲେ ସେସଦେବ ବେହେରା ।

ଶ୍ରୀ ବେହେରାଙ୍କ କାର୍ଯ୍ୟକାଳରେ କୋଟପାଡ଼ ଅଞ୍ଚଳରେ ଉତ୍ତମ ଆଇନ ଶୃଙ୍ଖଳା ବ୍ୟବସ୍ଥା ପରିଲକ୍ଷିତ ହୋଇଛି l ତାଙ୍କ ଉତ୍ତମ ବ୍ୟବହାର ଓ ନିଃସ୍ବାର୍ଥପର ସେବା ତାଙ୍କୁ ଜନମାନସରେ ବେଶ୍ ପ୍ରଶଂସିତ କରିଛି । ଏପିରିକି ପୋଲିସକୁ ନେଇ ଲୋକଙ୍କ ମନରେ ଯେଉଁ ନାକାରତ୍ମକ ଭାବନା ଥାଏ, ତାକୁ ସେ ଦୂର କରିବା ସହିତ ଓଡିଶା ପୋଲିସ ଏବଂ ରାଜ୍ୟ ସରକାରଙ୍କ ମୋ ସରକାର ବ୍ୟବସ୍ଥା ଉପରେ ବିଶ୍ୱାସ ବାନ୍ଧିବାରେ ସହାୟକ ହୋଇଥିଲା । ତାଙ୍କ କାର୍ଯ୍ୟକାଳରେ ଚୋରୀ, ଡକାୟତି, ହତ୍ୟା ଭଳି ବିଭିନ୍ନ ଅପରାଧରେ ଜଡିତ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ ଓ ଅପରାଧି ପୋଲିସ କବଜାରୁ ବର୍ତ୍ତିନାହାନ୍ତି । ତେବେ ତାଙ୍କ ବଦଳି ଖବର ସାମ୍ନାକୁ ଆସିବା ପରେ କୋଟପାଡ଼ ଥାନା ଆଞ୍ଚଳବାସୀ, ବୁଦ୍ଧିଜୀବୀ ଏବଂ କର୍ମଚାରୀଙ୍କ ମନରେ ଭାବବିହ୍ବଳତା ଦେଖିବାକୁ ମିଳିଛି ।

ଏ ନେଇ ସେସଦେବ ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି କୋଟପାଡ଼ ଅଞ୍ଚଳବାସୀ, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ସରକାରୀ କର୍ମଚାରୀ ପ୍ରମୁଖ । ଏହାସହ କୋରାପୁଟ ଜିଲ୍ଲା ଡ୍ରାଇଭର ମହାସଙ୍ଘ ମଧ୍ୟ ଏହି ଦକ୍ଷ ଅଧିକାରୀଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଦେଇଛନ୍ତି ।

ସତରେ ପୋଲିସ ଯେ, ଲୋକଙ୍କ ଦରଦୀ ବନ୍ଧୁ ହୋଇପାରେ ତାକୁ ସଠିକ୍ ଢଙ୍ଗରେ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ସେସଦେବ ବେହେରା । ଆଶା ତାଙ୍କର ଏଭଳି ମାନବ ମୂଲ୍ୟବୋଧକୁ ଅନୁଭବ କରିପାରୁଥିବା କର୍ମଠ ଏବଂ ସାଧୁ ଅଧିକାରୀ ଅଞ୍ଚଳ ପାଇଁ ଉଦାହରଣ ପାଲଟିବେ ।

ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା