ନୀଳାଦ୍ରି ବିହାରରେ ଖୋଲିଲା ଓଡ଼ିଶାର ପ୍ରଥମ ୟୁଟିକ ଫେସନ ଷ୍ଟୋର

ଭୁବନେଶ୍ବର : ଶ୍ଵେତା ବାଗ ଓ କ୍ରିଷ୍ଣା ଅଗ୍ରୱାଲଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରସ୍ଥିତ ନୀଳାଦ୍ରିବିହାରଠାରେ ଖୋଲିଛି ଓଡ଼ିଶାର ପ୍ରଥମ ୟୁଟିକ ଫେସନ ଷ୍ଟୋର । ସବୁ ବର୍ଗର ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ଫେସନ ଦୁନିଆର ଚିତାକର୍ଷକ ପୋଷାକ ଉପଲବ୍ଧ ରହିଛି । ଏପରିକି କୌଣସି ଗ୍ରାହକ ଯଦି ଏହି ଫେସନ ଷ୍ଟୋରକୁ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିବନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଷ୍ଟୋର ମାଲିକ ଶ୍ଵେତା ବାଗ ଓ କ୍ରିଷ୍ଣା ଅଗ୍ରୱାଲ । ଓଡିଶା ତଥା ଭୁବନେଶ୍ୱରର ଲୋକମାନଙ୍କୁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି l କେବଳ ୟୁଟିକ ଫେସନ ଷ୍ଟୋର ତାର ପ୍ରିୟ ଗରାଖ ମାନଙ୍କର ଚାହିଦା ଏହିଠାରେ ପୂରଣ କରିପାରିବ l

ଏ ନେଇ ବହୁ ଆଡମ୍ବର ସହକାରେ ଭୁବନେଶ୍ବରରେ ଏହାର ସୋ ରୁମ ଉଦଘାଟିତ ହୋଇଛି । ଏହି ଅବସରରେ ଭୁବନେଶ୍ୱରର ଜଣାଶୁଣା ସେଲିବ୍ରେଟି, ଇଂଫ୍ଲୁଏନ୍ସର ଓ ତାରକାମାନେ ଉପସ୍ଥିତ ଥିଲେ । ସର୍ବଶେଷରେ ଏକ ସୁନ୍ଦର ରାମ୍ପ ଶୋ ମାଧ୍ୟମରେ ଗ୍ରାହକ ଓ ଦର୍ଶକଙ୍କ ମନୋରଞ୍ଜନ କରାଯାଇଥିଲା । ଉଦଘାଟନୀ ଉତ୍ସବରେ ଅତିଥିମାନଙ୍କ ଉପସ୍ଥିତିକୁ ନେଇ ଷ୍ଟୋରର ମୁଖ୍ୟ ପରିଚାଳକ ସମସ୍ତଙ୍କୁ ହୃଦୟରୁ ସାଧୁବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ