ଓଡିଶା ମନୋରଞ୍ଜନ

ଆଇଏନ୍ଆଇଏଫଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ

ଭୁବନେଶ୍ୱର : ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନ୍ ପକ୍ଷରୁ ‘ନବ୍ୟତା ୨୦୨୩’ ଆୟୋଜିତ ହୋଇଯାଇଛି । ବଲିଉଡ୍ କଳାକାର ଅମନ ବର୍ମା, ଆଇଏନ୍ଆଇଏଫଡିର ଗ୍ଲୋବାଲ୍ ସିଇଓ ଅନିଲ ଖୋସ୍ଲା, ପ୍ରଫେସର-ଆର୍କିଟେକ୍ଟ ରାଜକୁନାୱାନ ନାୟକ ଏବଂ ଆଇଏନ୍ଆଇଏଫଡି ଭୁବନେଶ୍ୱର କେନ୍ଦ୍ରର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝି ଏବଂ ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଯୋଗ ଦେଇଥିଲେ ।

ଏହି ଡିଜାଇନ୍ ସୋ’ରେ ଅନୁଷ୍ଠାନର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଚମତ୍କାର ଫେସନ୍ ଓ ଇଣ୍ଟେରିୟର ଡିଜାଇନକୁ ପ୍ରଦର୍ଶିତ କରିଥିଲେ । ଓଡ଼ିଆ ହାସ୍ୟ କଳାକାର ପପୁ ପମ୍ ପମ୍, ଓଲିଉଡ୍ ଅଭିନେତ୍ରୀ ଜାସ୍ମିନ ରଥ, ଅଭିନେତା ଅଭିଶେକ ପଣ୍ଡା ଓ ସଙ୍ଗୀତ ଜଗତର ଚର୍ଚ୍ଚିତ ଚେହେରା ମୃଣ୍ମୟୀ ସୋ’ ଷ୍ଟପର ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ ।

ଦୀର୍ଘ ୨୮ ବର୍ଷର ପରମ୍ପରା ସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ ଡିଜାଇନ ଦେଶରେ ଡିଜାଇନ ଶିକ୍ଷାରେ ବିପ୍ଳବ ଆଣିଛି । ଭବିଷ୍ୟତ ଲକ୍ଷ୍ୟ, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଏବଂ ଗବେଷଣା, ନବସୃଜନ ଓ ଉଦ୍ୟମିତା ପ୍ରତି ପ୍ରତିବଦ୍ଧତା ସହ ଏହି ଡିଜାଇନ ଦୁନିଆରେ ହେଉଥିବା ଦ୍ରୁତ ପରିବର୍ତ୍ତନରେ ଆଗରେ ରହିଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା