ମହିଳା ଉଦ୍ୟୋଗୀଙ୍କ ପାଇଁ ଆୟୋଜିତ ହୋଇଛି ଷ୍ଟାର୍ଟଅପ୍ ଓଡିଶା

ଭୁବନେଶ୍ୱର : ଷ୍ଟାର୍ଟଅପ୍ ଓଡିଶା ସହଯୋଗରେ ଷ୍ଟାର୍ଟଅପ୍ ଇଣ୍ଡିଆ ପକ୍ଷରୁ ଏକ ଦୁଇ ଦିନିଆ କର୍ମଶାଳା କେବଳ ରାଜ୍ୟର ମହିଳା ଉଦ୍ୟୋଗୀଙ୍କ ପାଇଁ ଆୟୋଜିତ ହୋଇଯାଇଛି । ଏଥିରେ ମହିଳା ଉଦ୍ୟୋଗୀମାନଙ୍କୁ ଉପଯୁକ୍ତ ଶିକ୍ଷା, ନେଟୱାର୍କ ସହ ବିଭିନ୍ନ ପ୍ଲାଟଫର୍ମ ବିଷୟରେ ଜ୍ଞାନ ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟରେ ଦୃତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ନିର୍ମାଣ ବିଷୟରେ ଆଲୋଚନା କରାଯାଇଥିଲା । ଡିଜିଟାଲ ମାର୍କେଟିଂ ଏବଂ ଷ୍ଟାର୍ଟଅପ୍ ପାଇଁ ଆର୍ଥିକ ମଡେଲିଂର ଗୁରୁତ୍ୱ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଏହାସହ ସରକାରୀ ଇ-ମାର୍କେଟ ପ୍ଲେସରେ କିଭଳି ବ୍ୟବସାୟ କରାଯିବ ସେ ବାବଦରେ ସୂଚନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଓଡିଆରେ ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ