ମହିଳାଙ୍କ ପାଇଁ ଉତ୍ସାହିତ ମଡେଲ ଡ଼ଃ ସାଇପ୍ରସନ୍ନା ବେହେରା

ଭୁବନେଶ୍ୱର : ଅଗଣିତ ମହିଳାଙ୍କ ପାଇଁ ଏକ ପ୍ରେରଣାଦାୟକ ମଡେଲ ହେବା ସହ ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଏବଂ ଗୌରବ ସାଜିଛନ୍ତି ୪୧ ବର୍ଷୀୟ ଡ଼ଃ ସାଇପ୍ରସନ୍ନା ବେହେରା । ସେ ଏକାଧାରରେ ଜଣେ ସଫଳ କ୍ଲିନିକାଲ ରିସର୍ଚ୍ଚ ପ୍ରଫେସନାଲ, ପତ୍ନୀ, ଏବଂ ମା’ ହେବା ସହିତ ଅନେକ ବ୍ୟକ୍ତିଙ୍କ ପାଇଁ ଉତ୍ସାହର ଏକ ମାଧ୍ୟମ ପାଲଟିଛନ୍ତି ।
ଜୁଲାଇ ୧୩ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ଆଇ.ଏନ୍.ସି ୨୦୨୩ ସିଜନ ୪ ରେ ଡ଼ଃ ସାଇପ୍ରସନ୍ନା ବେହେରା ମିସେସ୍ ବେନ୍ଟୋଟା କୁଇନ୍ ଓ ମିସେସ୍ ସ୍ମାର୍ଟ୍ ବ୍ରେନ ଟାଇଟଲ ହାସଲ କରିଛନ୍ତି । ଏଥିରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା, ପୂର୍ବତନ ଭାରତୀୟ କ୍ରିକେଟର ଏସ୍. ଶ୍ରୀସନ୍ତ ଏବଂ ଭାରତୀୟ ଅଭିନେତା ଡିନୋ ମୋରେ ପ୍ରମୁଖ ସମ୍ମାନିତ ବିଚାରପତି ଭାବେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସେ ଆଗରୁ ୨୦୨୧ ରେ ଦୁବାଇରେ ଅନୁଷ୍ଠିତ ହଟ୍ ମଣ୍ଡ୍ ମିସେସ୍ ୱାର୍ଲ୍ଡ ୱାଇଡରେ ପ୍ରଥମ ରନର୍ସଅପ୍ ହୋଇ ଗୌରବ ଅର୍ଜନ କରିଛନ୍ତି ।

ଡ଼ଃ ସାଇପ୍ରସନ୍ନାଙ୍କ ଏହି ସଫଳ କୃତିତ୍ୱ, ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମର ଏକ ପ୍ରମାଣ । ଜଣେ ମହିଳା ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିପାରିବେ ଏବଂ ଉଭୟ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିପାରିବ ଏହା ହିଁ ତାଙ୍କର ସମଗ୍ର ମହିଳା ସମଜାକୁ ବାର୍ତ୍ତା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ