ଅନୁଷ୍ଠାନର ଯଶ ବୃଦ୍ଧି କରି ବିଦ୍ୟାର୍ଥୀ ଜୀବନ ସଫଳ କର : ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍ କୁମାର

ଗଜପତି : ଗଜପତିସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ନୂତନ ଭାବେ +୨ ଶ୍ରେଣୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍ କୁମାର ଯୋଗ ଦେଇ ନୂତନ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିବା ସହ ଆଗକୁ ଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଅନୁଷ୍ଠାନର ଯଶ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ, ଇଂରାଜୀ ବିଭାଗ କନିଷ୍ଠ ଅଧ୍ୟାପିକା କୋମଲ ଶିଖା ମଲ୍ଲିକ, କନିଷ୍ଠ ପ୍ରଧ୍ୟାପକ ପି. ନିରଜା, କନିଷ୍ଠ ପ୍ରଧ୍ୟାପକ ଡ. ଜେଏନ୍ ପଟ୍ଟନାୟକ, କନିଷ୍ଠ ପ୍ରଧ୍ୟାପକ ଆରକେ ଭୂୟାଁ ପ୍ରମୁଖ ମଞ୍ଚାସିନ ହେଇ ବିଦ୍ୟାର୍ଥୀଙ୍କ ଜୀବନ ବିଷୟରେ କହି ସେମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା