ଓଡିଶା

ସୁର ଭାଇ କହିଲେ ମାଡିଚାଲ, ଲୋକ ବି ମାଡିଗଲେ…

ଜଟଣୀ : ସୁରନନା ନଡିଆ ବାଡେଇଥିଲେ । ଆଉ ଶେଷରେ ତାଙ୍କର ମାଡିଚାଲ ଆହ୍ୱାନରେ ଲୋକ ବି ମାଡିଗଲେ । ଲଗାଣ ବର୍ଷାରେ ଜଟଣୀ ଅଣ୍ଡରଗ୍ରାଉଣ୍ଡ ଜଳମଗ୍ନ ହୋଇଯାଇଥିଲା । ବର୍ଷ ବର୍ଷ ଧରି ଲୋକେ ଯେଉଁ ସମସ୍ୟା ଭୋଗୁଥିଲେ, ତାର ଅନ୍ତ ହେଲା ଭାବି ନିର୍ମାଣଧୀନ ନୂଆ ବ୍ରିଜର ବାଡ ଭାଙ୍ଗି ମାଡିଗଲେ । ଏ ଦୃଶ୍ୟ ଦେଖନ୍ତୁ । ବ୍ରିଜ୍ ନିର୍ମାଣ କାମ ସମ୍ପୂର୍ଣ୍ଣ ସରିନାହିଁ । ହେଲେ କିଛିଦିନ ପୂର୍ବରୁ ବ୍ରିଜ ନିକଟରେ ନିଜ ସମର୍ଥକଙ୍କ ସହ ମିଶି ନଡିଆ ବାଡେଇ ବ୍ରିଜ୍ ଉଦଘାଟନ କରିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ । ଯାହାକୁ ନେଇ ରାଜନୈତିକ ମହଲରେ ତାଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା । ଏପରିକି ଯଦି ଆଗାମୀ ଦିନରେ ବ୍ରିଜ ଉପରେ କିଛି ଦୁର୍ଘଟଣା ଦୁଏ ତେବେ ଏଥିପ୍ରତି ଜଟଣୀ ପୌରପ୍ରଶାସନ ଦାୟୀ ରହିବନି ବୋଲି ରୋକଠୋକ୍ କହିଥିଲେ ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରା । ଏଭଳିସ୍ଥଳେ ବ୍ରିଜ୍ ଉପରେ ଯାତାୟତକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

୨୦୧୬ ରୁ ଆରମ୍ଭ ହୋଇଥିଲା ଜଟଣୀ ଫ୍ଲାଏ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ । ନିର୍ମାଣ ବିଭାଗ ପକ୍ଷରୁ ଜୁଲାଇ ୧୫, ୨୦୨୩ ତାରିଖ ସୁଦ୍ଧା କାର୍ଯ୍ୟ ସମାପ୍ତି କରାଯିବ ବୋଲି ବୋର୍ଡ ମରାଯାଇଛି । ଏହାରି ଭିତରେ ଶ୍ରେୟ ନେବାକୁ ଜଟଣୀ ବିଧାୟକ ନଡିଆ ବାଡେଇ ବ୍ରିଜ୍ ମଧ୍ୟ ଉଦଘାଟନ କରିସାରିଛନ୍ତି । ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଜଟଣୀ ଫ୍ଲାଇ ଓଭର୍ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲାନାହିଁ । ଦୀର୍ଘ ବର୍ଷର ଦାବି ପରେ ପୁରୀକୁ ସଂଯୋଗ କରୁଥିବା ୯୬୫ ମିଟର ଲମ୍ବା ଏବଂ ୧୧ ମିଟର ଓସାର ବିଶିଷ୍ଟ ଏହି ବ୍ରିଜ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୦୪ କୋଟି ଟଙ୍କା । ହେଲେ ଯଥାସମ୍ଭବ ବର୍ଷାଦିନ ପୂର୍ବରୁ ସାରିଲାନି ବ୍ରିଜ ନିର୍ମାଣ କାମ ।

ଅପରପକ୍ଷେ ବର୍ଷାକୁ ଦୃଷ୍ଟିରେ ରଖି ଜଟଣୀ ବିଧାୟକଙ୍କ ଉଦଘାଟନ ପଦକ୍ଷେପ ସ୍ବାଗତଯୋଗ୍ୟ । ମାତ୍ର ଅସମ୍ପୂର୍ଣ୍ଣ ବ୍ରିଜ୍ ଉପରେ ଯଦି କିଛି ଅଘଟଣ ଘଟେ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଜୋର ଧରିଛି । ଏପଟେ ପ୍ରଶାସନ ପକ୍ଷରୁ ସଚେତନତାର ଅଭାବ କାରଣରୁ ଆଗକୁ ସମସ୍ୟା ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା