ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର : କଥାରେ ଅଛି ଲୁଗାପଟା ଖଣ୍ଡେ ବାଣ୍ଟି ଦେଇଥିଲେ ଦିନେ ହେଲେ ଚିରିଯିବ, ସ୍ନେହ-ଶ୍ରଦ୍ଧା ଟିକେ ବାଣ୍ଟିଦେଇଥିଲେ ଚିରକାଳ ରହିଥିବ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲୀ ପଂଚାୟତ ମହାକାଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ବିଇଓ ଶରତ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ମୁଖ୍ୟ ବକ୍ତା ବାବା ସତ୍ୟନନ୍ଦ ଦାସମହାରାଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ପ୍ରଧାନ ଶିକ୍ଷଯାତ୍ରୀ ସୌଦାମିନୀ ପାତ୍ରଙ୍କୁ ବିଦାୟକାଳୀନ ଉତ୍ସବରେ ସମ୍ମାନୀତ କରିଥିଲେ । ସେ ଦୀର୍ଘ ୩୮ ବର୍ଷର ଶିକ୍ଷକତା କାର୍ଯ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ଗଢିତୋଳିବା ସହିତ ସମାଜରେ ଭଲ ମଣିଷ ସୃଷ୍ଟି କରିପାରିଛନ୍ତି । ତାଙ୍କର ତ୍ୟାଗ ଓ ସେବା ପାଇଁ ତାଙ୍କୁ ସମସ୍ତ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଗ୍ରାମବାସୀ ଝୁରିଛନ୍ତି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ