ଓଡିଶା

ନିର୍ବାଚନ ପୂର୍ବରୁ ଚାଲିଛି ପ୍ରାକ୍ ପ୍ରସ୍ତୁତି…

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ୪୬ ନଂ ଜୋନର ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଖଲ୍ଲିକୋଟସ୍ଥିତ ମା’ ନାରାୟଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ସଭାପତିତ୍ବ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ଯୁବ ସାଧାରଣ ସଂପାଦକ ପ୍ରମୋଦ ପଣ୍ଡା ଯୋଗ ଦେଇଥିଲେ । ବିଜୁ ଜନତା ଦଳର ସଙ୍ଗଠନକୁ ମଜବୁତ୍ କରିବା ସହ ନବୀନ ସରକାର ଏବଂ ରାଣୀ ସାହେବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ଦଳୀୟ ନେତା । ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ  କରିବା ସହ ପ୍ରତ୍ୟେକ ଲୋକଙ୍କର ସୁବିଧା ଅସୁବିଧାରେ ଠିଆ ହୋଇ କାର୍ଯ୍ୟ କରିବା ସହ ପ୍ରତ୍ୟେକ ଓ୍ବାର୍ଡରେ କମିଟି ଗଠନ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରେଇବା ଲାଗି ପରାମର୍ଶ ଦେଇଥିଲେ ଛାମୁଆ ନେତା । ଏହି ଅବସରରେ ଆଗାମୀ ଦିନରେ ସଂଗଠନକୁ ବ୍ୟାପକ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିରେ ୪୬ ନଂ ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତର ଯୁବକମାନେ ସାମିଲ ହୋଇଥିଲେ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା