ଟିକେ ବିଳମ୍ବ ହୋଇଥିଲେ ଚାଲିଯାଇଥାଆନ୍ତା ଜୀବନ !

ଜଟଣୀ : ଆର୍.ପି.ଏଫ୍.ଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ବୃଦ୍ଧାଙ୍କଜୀବନ । ନିଜ ପରିଜନଙ୍କ ସହ ପୁରୀ ଯାଇଥାଆନ୍ତେ ବୃଦ୍ଧା । ପ୍ଲାଟଫର୍ମ ନମ୍ବର ୪କୁ ଆସିଥିଲା ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ । ପରିବାର ଲୋକ ଟ୍ରେନ୍ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଟ୍ରେନ୍ ଛାଡିଦେଇଥିଲା । ଏହି ସମୟରେ ବୃଦ୍ଧା ଜଣଙ୍କ ଇତସ୍ତତଃ ହୋଇ ଟ୍ରେନ୍ ପଛେ ପଛେ ଦୌଡି ଟ୍ରେନକୁ ଚଢିବାକୁ ଉଦ୍ୟମ କରୁଥିଲେ । ମାତ୍ର ସେଠାରେ ସେ ଖସିପଡିଥିଲେ । ଏହି ସମୟରେ ପ୍ଲାଟଫର୍ମ ଡ୍ୟୁଟିରେ ଥିବା ରେଳ ସୁରକ୍ଷା ବଳ ଏସ୍ଆଇ ଜେ.କେ ଆଚାର୍ଯ ଓ ହେଡ୍ କନେଷ୍ଟବଳ ଏମ୍.ୱାଇ ରାଓ ତାଙ୍କୁ ଉଦ୍ଧାର କରିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧାରୋଡ୍ ରେଳଷ୍ଟେସନରେ ।
ସତର୍କତା : ଏଠାରେ ଆମେ କହି ରଖୁଛୁ ଯେ, ଯେତେବେଳେ ଆମେ ବନ୍ଧୁ ପରିଜନଙ୍କୁ ନେଇ କେଉଁଆଡେ ଯାତ୍ରା କରୁଥାଆନ୍ତି ସେହି ସମୟରେ ପରିବାରର ମୁଖ୍ୟ ସଦସ୍ୟ ଛୋଟ ପିଲା ଏବଂ ବୃଦ୍ଧ-ବୃଦ୍ଧାଙ୍କ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଆମ ସୁରକ୍ଷା ଆମ ହାତରେ ।
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ