ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୋଦଳା ପୋଲିସ…

କୋଦଳା : କୋଦଳା ଥାନା ଅନ୍ତର୍ଗତ ଘଢକା କଞ୍ଚଣା ପଞ୍ଛାୟତରେ ଥିବା ଅର୍ଜୁନ ପଲିଟ୍ରି କୁକୁଡା ଫାର୍ମ କର୍ମଚାରୀ ଓ ମାଲିକଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବ ଘଟଣାରେ ପୋଲିସ ଦୁଇଜଣ ପେଶାଦାର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଗତ ଏପ୍ରିଲ ମାସ ୧୭ ତାରିଖରେ ଦୁର୍ବୁତ୍ତମାନେ ଫାର୍ମ ମାଲିକଙ୍କୁ ଫୋନ୍ ଯୋଗେ ଦାଦାବଟି ମାଗିଥିଲେ । ସେ ଚାନ୍ଦା ନ ଦେବାରୁ ଗତ ଏପ୍ରିଲ ୧୯ ତାରିଖରେ ଶରଧାପୁର ଗ୍ରାମର ଟୁନା ଗୌଡ଼, ମୁନା ଗୌଡ଼, ପିଣ୍ଟୁ ଗୌଡ଼ ଓ ପିଣ୍ଟୁ ସଂକର୍ଷଣ ସାହୁ ନାମକ ଦୁର୍ବୁତ୍ତ ତାଙ୍କ ଫାର୍ମ ଆଗରେ ଦୁଇଟି ବୋମା ଫୁଟାଇ ଫେରାର୍ ହୋଇଯାଇଥିଲେ । ଏ ନେଇ ଫାର୍ମ ମାଲିକ ଦ୍ୟୁତିକୃଷ୍ଣ ସାହୁ ସେହିଦିନ ଥାନାର ଦ୍ବାରସ୍ଥ ହୋଇଥିଲେ । ଘଟଣାରେ ପୋଲିସ ଦୁଇଜଣ ପେଶାଦାର ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ୍, ଛଅ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଆପାଚ ମଟର ସାଇକେଲ୍ ଓ ଦୁଇଟି ମୋବାଇଲ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ତେବେ ସେମାନଙ୍କ ନାମରେ ଆଗରୁ କୋଦଳା, ବେଗୁନିଆପଡା ଓ ଖଲ୍ଲିକୋଟ ଅଞ୍ଚଳରେ ବେଆଇନ୍ ଦାଦାବଟି ଆଦାୟ କରିବା ମାମଲା ରହିଛି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ